ଆଜି କଂଗ୍ରେସ ପାଳନ କରୁଛି ୧୩୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି କଂଗ୍ରେସ ୧୩୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ରାଜଧାନୀର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ  ପତାକା ଉତ୍ତୋଳନ କରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ  ଏହାର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଷ୍ଠା ଦିବସକୁ କଂଗ୍ରେସ ରାଜ୍ୟବ୍ୟାପୀ ପାଳନ କରୁଛି । ସେହିପରି କଂଗ୍ରେସ ରାଜ୍ୟ ସଭାପତି ଭାବେ ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପୂରିଛି । ତେଣୁ ଏହି ଉପଲକ୍ଷେ ଦଳୀୟ କାର୍ଯ୍ୟାଳୟରେ ବହୁ ନେତା ଓ କର୍ମୀ ଭିଡ଼ ଜମାଇଛନ୍ତି । ଏହି […]

congress

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 07:54 AM IST

ଭୁବନେଶ୍ୱର: ଆଜି କଂଗ୍ରେସ ୧୩୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ରାଜଧାନୀର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ  ପତାକା ଉତ୍ତୋଳନ କରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ  ଏହାର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଷ୍ଠା ଦିବସକୁ କଂଗ୍ରେସ ରାଜ୍ୟବ୍ୟାପୀ ପାଳନ କରୁଛି ।

ସେହିପରି କଂଗ୍ରେସ ରାଜ୍ୟ ସଭାପତି ଭାବେ ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପୂରିଛି । ତେଣୁ ଏହି ଉପଲକ୍ଷେ ଦଳୀୟ କାର୍ଯ୍ୟାଳୟରେ ବହୁ ନେତା ଓ କର୍ମୀ ଭିଡ଼ ଜମାଇଛନ୍ତି । ଏହି ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି କଂଗ୍ରେସର ସଂକଳ୍ପ ବିଜେଡି ଶାସନର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଲଢ଼େଇ କରିବ।  ଏଥିସହ କୃଷକମାନଙ୍କ ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ ।  କଂଗ୍ରେସ ଦଳ ଲୋକଙ୍କ ଭିତରେ ରହିଆସିଛି ଏହା ହେଉଛି କଂଗ୍ରେସର ଆତ୍ମଶକ୍ତି ବୋଲି ପିସିସି ସଭାପତି କହିଛନ୍ତି ।

Related story