ଆଜି ପାରାଦୀପ ତୈଳ ବିଶୋଧନାଗାର ଓ ନାଇଜର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ଶନିବାର ରାତି ପ୍ରାୟ ୧୧ଟା ୧୦ମିନିଟରେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୂସେନାର ସ୍ୱତନ୍ତ୍ର ବିମାନ ରାଜହଂସରେ ସେ ବିଶାଖାପାଟଣାରୁ ଆସି ଏଠାରେ ପହଞ୍ଚିଥିଲେ। ଆଜି ସେ ପାରାଦୀପ ତୈଳ ବିଶୋଧନାଗାର ଓ ନାଇଜରର ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ୱାଗତ କରି ଥିଲେ ରାଜ୍ୟପାଳ ଏସ୍.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରରୁ ସେ ସିଧାସଳଖ କଡ଼ା ସୁରକ୍ଷା ମଧ୍ୟରେ ଯାଇଥିଲେ […]

narendra modi

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 06:04 AM IST

ଭୁବନେଶ୍ୱର: ଶନିବାର ରାତି ପ୍ରାୟ ୧୧ଟା ୧୦ମିନିଟରେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୂସେନାର ସ୍ୱତନ୍ତ୍ର ବିମାନ ରାଜହଂସରେ ସେ ବିଶାଖାପାଟଣାରୁ ଆସି ଏଠାରେ ପହଞ୍ଚିଥିଲେ। ଆଜି ସେ ପାରାଦୀପ ତୈଳ ବିଶୋଧନାଗାର ଓ ନାଇଜରର ଲୋକାର୍ପଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ୱାଗତ କରି ଥିଲେ ରାଜ୍ୟପାଳ ଏସ୍.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରରୁ ସେ ସିଧାସଳଖ କଡ଼ା ସୁରକ୍ଷା ମଧ୍ୟରେ ଯାଇଥିଲେ ରାଜଭବନ। ଗତକାଲି ସେ ସେଠାରେ ରାତ୍ରୀଯାପନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, କେ.ଭି ସିଂହଦେଓ, ସୁରେଶ ପୂଜାରୀ ଓ ଦିଲ୍ଲୀପ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ସକାଳ ୮ଟା ୪୫ରେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନରୁ ବାହାରି କାର୍ ଯୋଗେ ଜଟଣୀ ସ୍ଥିତ ନାଇଜର କ୍ୟାମ୍ପସକୁ ଯିବେ । ନାଇଜର ଲୋକାର୍ପଣ ଉତ୍ସବରେ ସେ ଏକ ଘଣ୍ଟା ରହିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ  ପ୍ରଧାନମନ୍ତ୍ରୀ ନାଇଜର ଲୋକାର୍ପଣ କରିବା ସହ ପ୍ରାୟ ୩ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତା’ପରେ ସେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଓ ସେଠାରୁ ପାରାଦୀପ ଯାଇ ତୈଳ ବିଶୋଧନାଗାର ଲୋକାର୍ପଣ କରିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ସେ ଭୁବନେଶ୍ୱର ଆସି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ନାଇଜର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ୍ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର, ରାଜଭବନ ଓ ନାଇଜର ପରିସର, ପ୍ରଧାନମନ୍ତ୍ରୀ ଯିବାକୁ ଥିବା ସମସ୍ତ ରୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୬୦ ପ୍ଲାଟୁନ୍ ଫୋର୍ସକୁ ମୁତୟନ କରାଯାଇଛି। ୨୫୦ ପୋଲିସ୍ ଅଫିସ୍‌ର ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିବାକୁ ନିୟୋଜିତ ହୋଇଛନ୍ତି। ଏସପିଜିର ଗାଇଡ୍‌ଲାଇନ୍ ଅନୁଯାୟୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Related story