ଆଜିଠୁ ସାରା ରାଜ୍ୟରେ ବାଘ ଗଣନା ଆରମ୍ଭ

ବାଲେଶ୍ୱର: ଆଜିଠୁ ସାରା ରାଜ୍ୟରେ ବାଘ ଗଣନା ଆରମ୍ଭ ହୋଇଛି। କୁଲଡିହା ଅଭୟାରଣ୍ୟ ସହ ନୀଳଗିରି ଓ ସୋର ରେଞ୍ଜର ୨୭ଟି ୟୁନିଟରେ ବାଘ ଗଣନା ଚାଲିଛି। ନୀଳଗିରି ରେଞ୍ଜର ୫ ହଜାର ୯୦୪ ହେକ୍ଟର ରିଜର୍ଭ ଜଙ୍ଗଲରେ ଗଣନା କାର୍ଯ୍ୟ କରାଯାଉଛି। ଏଥିପାଇଁ ୮ ୟୁନିଟରେ ଆଠ ଜଣ ଫରେଷ୍ଟ ଗାର୍ଡ, ୩ ଜଣ ଫରେଷ୍ଟର ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପିଆଇପି କରାଯାଇ ବାଘଙ୍କ ପାଦ ଚିହ୍ନ  ଅନୁସାରେ  ଗଣନା କରାଯିବ। ଏ ପ୍ରକ୍ରିୟା […]

kuldiha

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 11:59 AM IST

ବାଲେଶ୍ୱର: ଆଜିଠୁ ସାରା ରାଜ୍ୟରେ ବାଘ ଗଣନା ଆରମ୍ଭ ହୋଇଛି। କୁଲଡିହା ଅଭୟାରଣ୍ୟ ସହ ନୀଳଗିରି ଓ ସୋର ରେଞ୍ଜର ୨୭ଟି ୟୁନିଟରେ ବାଘ ଗଣନା ଚାଲିଛି। ନୀଳଗିରି ରେଞ୍ଜର ୫ ହଜାର ୯୦୪ ହେକ୍ଟର ରିଜର୍ଭ ଜଙ୍ଗଲରେ ଗଣନା କାର୍ଯ୍ୟ କରାଯାଉଛି। ଏଥିପାଇଁ ୮ ୟୁନିଟରେ ଆଠ ଜଣ ଫରେଷ୍ଟ ଗାର୍ଡ, ୩ ଜଣ ଫରେଷ୍ଟର ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପିଆଇପି କରାଯାଇ ବାଘଙ୍କ ପାଦ ଚିହ୍ନ  ଅନୁସାରେ  ଗଣନା କରାଯିବ। ଏ ପ୍ରକ୍ରିୟା ତିନିଦିନ  ଧରି ଚାଲିବ।

Related story