ଏକାଠି ୨୦୧୯ ନିର୍ବାଚନ ଲଢ଼ିବେ ଅକାଳୀ ଦଳ ଓ ବିଜେପି

ନୂଆଦିଲ୍ଲୀ:ବିଜେପି ଓ ଶିରୋମଣି ଅକାଳୀ ଦଳ ୨୦୧୯ ଲଢ଼େଇ ଏକାଠି ହୋଇ ଲଢ଼ିବେ । ଏଥିପାଇଁ ଦୁଇ ଦଳ ମଧ୍ୟରେ ସହମତି ହୋଇଛି ।  ଅକାଳୀ ଦଳର ମୁଖ୍ୟ ପ୍ରକାଶ ସିଂହ ବାଦଲ ଓ ବିଜେପି ସଭାପତି ଅମିତ ଶାହାଙ୍କ ମଧ୍ୟରେ ଚଣ୍ଡୀଗଡ଼ରେ ଆଲୋଚନା ପରେ ସୁଖବିନ୍ଦର ସିଂହ ବାଦଲ କହିଛନ୍ତି, ଅକାଳୀ ଦଳ ହେଉଛି ବିଜେପିର ସ୍ଥାୟୀ ସହଯୋଗୀ। ତେଣୁ ଉଭୟ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିବେ । ପ୍ରକାଶ ସିଂହ ବାଦଲ ଓ […]

vv

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 09:20 PM IST

ନୂଆଦିଲ୍ଲୀ:ବିଜେପି ଓ ଶିରୋମଣି ଅକାଳୀ ଦଳ ୨୦୧୯ ଲଢ଼େଇ ଏକାଠି ହୋଇ ଲଢ଼ିବେ । ଏଥିପାଇଁ ଦୁଇ ଦଳ ମଧ୍ୟରେ ସହମତି ହୋଇଛି ।  ଅକାଳୀ ଦଳର ମୁଖ୍ୟ ପ୍ରକାଶ ସିଂହ ବାଦଲ ଓ ବିଜେପି ସଭାପତି ଅମିତ ଶାହାଙ୍କ ମଧ୍ୟରେ ଚଣ୍ଡୀଗଡ଼ରେ ଆଲୋଚନା ପରେ ସୁଖବିନ୍ଦର ସିଂହ ବାଦଲ କହିଛନ୍ତି, ଅକାଳୀ ଦଳ ହେଉଛି ବିଜେପିର ସ୍ଥାୟୀ ସହଯୋଗୀ। ତେଣୁ ଉଭୟ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିବେ । ପ୍ରକାଶ ସିଂହ ବାଦଲ ଓ ଅମିତ ଶାହାଙ୍କ ମଧ୍ୟରେ ୨୦୧୯କୁ ନେଇ ଆଲୋଚନା ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।  ଏହା ସହିତ ଅନ୍ୟ ଏନ୍‌ଡିଏ ଦଳକୁ ମଧ୍ୟ ସୁଖବିନ୍ଦର ଆହ୍ୱାନ ଦେଇଛନ୍ତି ଯେ, ରାଗରୁଷା ଛାଡ଼ି ଏକାଠି ହୋଇ ଲଢ଼ିବାର ସମୟ ଆସିଛି । ପରୋକ୍ଷରେ ସେ ଶିବସେନାକୁ ଏହି ବାର୍ତ୍ତା ଦେଇଥିବା କୁହାଯାଉଛି । ସମର୍ଥନ ପାଇଁ ସଂପର୍କ ଅଭିଯାନରେ ଆଜି ଚଣ୍ଡୀଗ଼ଡ଼ ଯାଇ ପ୍ରକାଶ ସିଂହ ବାଦଲଙ୍କୁ ଭେଟିଥିଲେ ଅମିତ ଶାହା । ଚଣ୍ଡୀଗଡ଼ରେ ତାଙ୍କୁ ନିଜେ ସ୍ୱାଗତ କରିଥିଲେ ପ୍ରକାଶ ସିଂହ ବାଦଲଙ୍କ ପୁଅ ସୁଖବିନ୍ଦର ସିଂହ ବାଦଲ।

Related story