ମୁଁ କୌଣସି ଆରୋପ ମାନିନାହିଁ: ଆକାଶ ପାଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶ ପାଠକ ସତ ଉଗାରିଛନ୍ତି। ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଗତକାଲି ଶେଷ ହେବା ପରେ ଗଣମାଧ୍ୟମକୁ ଏପରି ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। କିନ୍ତୁ ଆଜି ଓଲଟା ବଖାଣିଛନ୍ତି ଆକାଶ। ଭୁବନେଶ୍ୱର SDJM କୋର୍ଟରେ ହାଜର ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମୁଁ କ୍ରାଇମବ୍ରାଞ୍ଚ ଲଗାଇଥିବା କୌଣସି ଆରୋପ ମାନିନାହିଁ ବୋଲି କହିଛନ୍ତି ଆକାଶ ପାଠକ। ଉଭୟ ଡିସିପି ଓ ଆକାଶଙ୍କ କଥାରେ […]

akash

Niharika Rout
  • Published: Monday, 21 December 2020
  • , Updated: 21 December 2020, 12:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶ ପାଠକ ସତ ଉଗାରିଛନ୍ତି। ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଗତକାଲି ଶେଷ ହେବା ପରେ ଗଣମାଧ୍ୟମକୁ ଏପରି ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। କିନ୍ତୁ ଆଜି ଓଲଟା ବଖାଣିଛନ୍ତି ଆକାଶ। ଭୁବନେଶ୍ୱର SDJM କୋର୍ଟରେ ହାଜର ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମୁଁ କ୍ରାଇମବ୍ରାଞ୍ଚ ଲଗାଇଥିବା କୌଣସି ଆରୋପ ମାନିନାହିଁ ବୋଲି କହିଛନ୍ତି ଆକାଶ ପାଠକ। ଉଭୟ ଡିସିପି ଓ ଆକାଶଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଏହି ମାମଲାକୁ ନେଇ ପ୍ରଶ୍ନ ବଢ଼ିବାରେ ଲାଗିଛି।

ସୂଚନାଯୋଗ୍ୟ,  ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ସ୍କାଏ କିଙ୍ଗ ପକ୍ଷରୁ ରୁଜୁ ମାମଲାରେ ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୁଲିସ୍। ଗତକାଲି ରିମାଣ୍ଡ ଶେଷ ହୋଇଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଏହାପୂର୍ବରୁ ଗତକାଲି ଡିସିପି କହିଥିଲେ,  “ଯେଉଁ ଉଦ୍ଦେଶ୍ୟରେ ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯାଇଥିଲା, ତାହା ସଫଳ ହୋଇଛି। ରିମାଣ୍ଡରେ ତାଙ୍କଠାରୁ ଅନେକ ତଥ୍ୟ ମିଳିଛି।”

ଆକାଶଙ୍କ ନାଁ ଚାକିରି ଦେବା ନାଁରେ ଠକେଇ ମାମଲା ବି ରହିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ସେ ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଓ ସେ ବି ଗିରଫ ହୋଇଛନ୍ତି। ଚାକିରି ଦେବା ନାଁରେ ସେ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

ସେହିପରି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆକାଶଙ୍କ ବାପା ତଥା ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଇତିମଧ୍ୟରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି ରାଜ୍ୟ ସରକାର।

Related story