ଆନ୍ଦୋଳନରୁ ଓହରିଲେ ବ୍ଲକଗ୍ରାଣ୍ଟ ଶିକ୍ଷକ,ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ। ସୋମବାରରୁ ସେମାନେ କାର୍ଯ୍ୟରେ ଯୋଗ ଦେବେ। ଆଜି ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ଏଥିସହିତ ଆସନ୍ତାକାଲି ଗଞ୍ଜ।ମ ଜିଲ୍ଲା ହିଞ୍ଜିଳିକାଟୁରେ ହେବାକୁ ଥିବା ଶିକ୍ଷକ ସମାବେଶକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପ୍ରାୟ ଦେଢ଼ ମାସ ଧରି ୨୨ଶହ ୯ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲର ସାଢେ଼ ୩ […]
cm to meet- blockgrant teacher
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ। ସୋମବାରରୁ ସେମାନେ କାର୍ଯ୍ୟରେ ଯୋଗ ଦେବେ। ଆଜି ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ଏଥିସହିତ ଆସନ୍ତାକାଲି ଗଞ୍ଜ।ମ ଜିଲ୍ଲା ହିଞ୍ଜିଳିକାଟୁରେ ହେବାକୁ ଥିବା ଶିକ୍ଷକ ସମାବେଶକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପ୍ରାୟ ଦେଢ଼ ମାସ ଧରି ୨୨ଶହ ୯ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲର ସାଢେ଼ ୩ ଲକ୍ଷ ପିଲାଙ୍କ ପାଠପଢ଼ା ବନ୍ଦ ହୋଇ ଯାଇଥିଲା। ଗତ ୨୪ ତାରିଖରେ ମନ୍ତ୍ରୀସ୍ତରୀୟ ବୈଠକରେ ୨୦୧୩ର ଗ୍ରାଣ୍ଟ ଇନ୍ ଏଡ୍ ପଲିସି ବଦଳରେ ନୂଆ ଅନୁଦାନ ନୀତି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସେହିଦିନ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ତେବେ ପୂର୍ଣ୍ଣ ଅନୁଦାନ ଦାବିରେ ବ୍ଲକ୍ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ଆନ୍ଦୋଳନ ଜାରି ରଖିଥିଲା।