ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଚାଲିବ ପାୱାରକଟ୍: ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ରାଜ୍ୟରେ ଚାଲୁ ରହିବ ପାୱାରକଟ୍। ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଶନିବାର ଏହି ସୂଚନା ଦେଇଛନ୍ତି। ଜଳ ଭଣ୍ଡାର ଗୁଡିକରେ ଜଳ କମ୍ ଥିବାରୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ଦୈନିକ ବିଦ୍ୟୁତ୍ ଉତ୍ପାଦନ ୫ଶହରୁ ୫୫୦ ମେଗାୱାଟ୍ ହ୍ରାସ ପାଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।  ରାଜ୍ୟର ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ରରୁ କିଛି ଦିନ ତଳେ ୧ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ […]

minister

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 01:12 PM IST

ଭୁବନେଶ୍ୱର: ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ରାଜ୍ୟରେ ଚାଲୁ ରହିବ ପାୱାରକଟ୍। ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଶନିବାର ଏହି ସୂଚନା ଦେଇଛନ୍ତି। ଜଳ ଭଣ୍ଡାର ଗୁଡିକରେ ଜଳ କମ୍ ଥିବାରୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ଦୈନିକ ବିଦ୍ୟୁତ୍ ଉତ୍ପାଦନ ୫ଶହରୁ ୫୫୦ ମେଗାୱାଟ୍ ହ୍ରାସ ପାଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।  ରାଜ୍ୟର ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ରରୁ କିଛି ଦିନ ତଳେ ୧ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ଏବେ ଏହା ୭୫୦ ମେଗାୱାଟ୍ ଖସି ଆସିଥିବା ଓ  କିଛି ତାପଜ ବିଦ୍ୟୁତ୍ କେନ୍ଦ୍ର ମରାମତି ପାଇଁ ବନ୍ଦ ରହିଥିବାରୁ ବିଦ୍ୟୁତ୍ ଉତ୍ପାଦନରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଥିବା ଗତକାଲି ଶକ୍ତି ସଚିବ କହିଥିଲେ।

ସେପଟେ  ରାଜ୍ୟରେ ବିଜୁଳି ସଙ୍କଟକୁ ନେଇ ବିରୋଧୀଦଳ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସରକାରଙ୍କ ଦାୟିତ୍ୱ ହୀନତାର ନମୁନା ବୋଲି କହିଛି ବିଜେପି ଓ କଂଗ୍ରେସ।

କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି,  ସରକାରଙ୍କ ଦାୟିତ୍ୱ ଥିଲା ବିଦ୍ୟୁତ କାଟକୁ ରୋକିବା ସହ  ବିକଳ୍ପ ପନ୍ଥା ବାହାର କରିବା। ହେଲେ ସରକାର ଏହି ଦାୟିତ୍ୱ ସଂପର୍ଣ୍ଣ କରିବାରେ ଫେଲ୍ ମାରିଛନ୍ତି। ସହରାଞ୍ଚଳରେ ୨ ଘଣ୍ଟା ଆଉ ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ପାୱାର କଟ୍ ହେଉଛି। ଏହା ସରକାରଙ୍କ ଅପାରଗତାର ପରିଚୟ ଦେଉଛି ବୋଲି ସେ କହିଛନ୍ତି।

 ଅନ୍ୟପକ୍ଷରେ ବିଜେପିର ବିରିଷ୍ଠ ନେତା ପ୍ରତାପ ଷଢଙ୍ଗୀ କହିଛନ୍ତି, ଜଳ ଭଣ୍ଡାରରେ ଜଳ ନାହିଁ କହି ସରକାର ଦାୟିତ୍ୱ ହୀନତାର ପରିଚୟ ଦେଇଛନ୍ତି। ସରକାର ଜଳ ସଂରକ୍ଷଣ ଠିକ୍ ରୂପେ କରୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯେଉଁ ସମୟରେ ଜଳ  ସଂରକ୍ଷଣ କରିବା କଥା ସରକାର କରୁନାହାନ୍ତି। ଜଳ ଖଣି ଓ ଶିଳ୍ପ ପାଇଁ ଅଯଥାରେ ଅପଚୟ କରୁଛନ୍ତି। ସବୁଠୁ ବଡ କଥା ଆମ ରାଜ୍ୟରେ ସରକାର ନୂଆ ବିଦ୍ୟୁତ୍ ପ୍ରକଳ୍ପ କରୁ ନାହାନ୍ତି ବୋଲି ସେ କହିଛନ୍ତି।

Related story