ଆଠଗଡ଼: ହାତୀ ଆକ୍ରମଣରେ ଜଣେ ମୃତ

ଆଠଗଡ଼: କଟକ ଜିଲ୍ଲା ତିଗିରିଆ ବନାଞ୍ଚଳ ଅନ୍ତର୍ଗତ ହରିଡ଼ାପଶି ଗାଁର ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହରିଡ଼ାପଶି ଗାଁର ସାରଙ୍ଗ ସାହୁ। ସାରଙ୍ଗ ନିଜ ଆମ୍ବତୋଟାକୁ ଆମ୍ବ ତୋଳିବାକୁ ଯାଇଥିବାବେଳେ ତୋଟା ମଧ୍ୟକୁ ପାଖ ଜଙ୍ଗଲରୁ ଏକ ବଣୁଆ ହାତୀ ପଶି ଆସିଥିଲା। ଏହି ସମୟରେ  ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଆଠଗଡ଼ ରେଞ୍ଜର ଓ ତିଗିରିଆ ପୋଲିସ୍ […]

hati

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 08:37 AM IST

ଆଠଗଡ଼: କଟକ ଜିଲ୍ଲା ତିଗିରିଆ ବନାଞ୍ଚଳ ଅନ୍ତର୍ଗତ ହରିଡ଼ାପଶି ଗାଁର ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହରିଡ଼ାପଶି ଗାଁର ସାରଙ୍ଗ ସାହୁ। ସାରଙ୍ଗ ନିଜ ଆମ୍ବତୋଟାକୁ ଆମ୍ବ ତୋଳିବାକୁ ଯାଇଥିବାବେଳେ ତୋଟା ମଧ୍ୟକୁ ପାଖ ଜଙ୍ଗଲରୁ ଏକ ବଣୁଆ ହାତୀ ପଶି ଆସିଥିଲା। ଏହି ସମୟରେ  ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଆଠଗଡ଼ ରେଞ୍ଜର ଓ ତିଗିରିଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ସହାୟତା ରାଶି  ପ୍ରଦାନ କରାଯାଇଥିବା ବେଳେ ଆଉ ୨ ଲକ୍ଷ ୯୦ ହଜାର ଦିଆଯିବ ବୋଲି ସୂଚନା ମିଳିଛି।

Related story