ଭୁବନେଶ୍ୱର: ବିଭିନ୍ନ ବାର ଉପରେ ପୋଲିସ ଓ ଅବକାରୀ ବିଭାଗର ଚଢାଉ

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ବାର ଉପରେ ଆଙ୍କୁଶ ଲଗାଇବାକୁ ଫୁଲ୍ ଦମରେ ଲାଗି ପଡିଛି କମିଶନରେଟ ପୋଲିସ । ଆଜି ବିଳମ୍ବିତ ରାତିରେ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ହୋଟେଲ ଦୀପାଳି, ହୋଟେଲ ଗ୍ରୀନ୍, ହୋଟେଲ ଅଶୋକ ଓ ରାନ୍ ଦି ବାର ଉପରେ ଚଢାଉ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗର ୪ଟି ଟିମ ଏହି ଚଢାଉ କରିଥିଲେ । ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ୩ଟି ବାରକୁ ନୋଟିସ କରାଯାଇଛି। ରାଜଧୀନରେ […]

bar1

Rakesh Mallick
  • Published: Wednesday, 04 November 2015
  • , Updated: 05 November 2015, 01:50 AM IST

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ବାର ଉପରେ ଆଙ୍କୁଶ ଲଗାଇବାକୁ ଫୁଲ୍ ଦମରେ ଲାଗି ପଡିଛି କମିଶନରେଟ ପୋଲିସ । ଆଜି ବିଳମ୍ବିତ ରାତିରେ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ହୋଟେଲ ଦୀପାଳି, ହୋଟେଲ ଗ୍ରୀନ୍, ହୋଟେଲ ଅଶୋକ ଓ ରାନ୍ ଦି ବାର ଉପରେ ଚଢାଉ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗର ୪ଟି ଟିମ ଏହି ଚଢାଉ କରିଥିଲେ । ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ୩ଟି ବାରକୁ ନୋଟିସ କରାଯାଇଛି।

ରାଜଧୀନରେ ବେଆଇନ ବାର୍ ଡ୍ୟାନ୍ସ ରୋକିବାକୁ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇଛି । ପୋଲିସ ଓ ଅବକାରୀ କମିଶନଙ୍କ ନେତୃତ୍ୱରେ ଏହି ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ ଭୁବନେଶ୍ୱରରେ ଥିବା ବାରଗୁଡିକ ଉପରେ ଅତର୍କିତ ଚଢାଉ କରି ଯାଞ୍ଚ କରିବ। ସେପଟେ ବାରରେ ସିସିଟିଭି ଲଗାଇବା ନେଇ ଆଇନଗତ ତର୍ଜମା ଚାଲିଥିବା ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ରାତି ୧୦ଟା ପରେ ବାରରେ ମ୍ୟୁଜିକ୍ ଓ ୧୨ଟା ସୁଦ୍ଧା ବାର ବନ୍ଦ ହେବା ନିୟମର କଡାକଡି ପାଳନ କରାଯିବ। ରାଜ୍ୟ ଅବକାରୀ ଆଇନ ଅନୁସାରେ ଝିଅମାନଙ୍କୁ ବାରରେ ନିୟୋଜିତ କରିବା ଉପରେ ରହିଥିବା କଟକଣାର ମଧ୍ୟ ସ୍କ୍ୱାଡ ତଦାରଖ କରିବ ବୋଲି ସେ କହିଛନ୍ତି।

Related story