ଭୁବନେଶ୍ୱର: ପିସିସି ପଦାଧିକାରୀଙ୍କ ବୈଠକ ୨୫ରେ
ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଅର୍ଥାତ୍ ୨୫ ତାରିଖରେ କଂଗ୍ରେସ ଭବନରେ ଅନୁଷ୍ଠିତ ହେବ ପିସିସି ପଦାଧିକାରୀଙ୍କ ବୈଠକ।ଏଥିରେ ପିସିସି ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ୧୦ ଉପସଭାପତି, ୨୫ ସାଧାରଣ ସଂପାଦକ ଓ ୫୫ ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ଶୁକ୍ରବାର ବୈଠକରେ ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ ଦାୟିତ୍ୱ […]
ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଅର୍ଥାତ୍ ୨୫ ତାରିଖରେ କଂଗ୍ରେସ ଭବନରେ ଅନୁଷ୍ଠିତ ହେବ ପିସିସି ପଦାଧିକାରୀଙ୍କ ବୈଠକ।ଏଥିରେ ପିସିସି ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ୧୦ ଉପସଭାପତି, ୨୫ ସାଧାରଣ ସଂପାଦକ ଓ ୫୫ ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ଶୁକ୍ରବାର ବୈଠକରେ ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ। ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତି ଲୋକସଭା ଆସନ ଦାୟିତ୍ୱରେ ଜଣେ ଲେଖାଏଁ ସାଧାରଣ ସଂପାଦକ ଓ ଏହା ଅଧୀନରେ ଥିବା ୭ଟି ବିଧାନସଭାର ଦାୟିତ୍ୱରେ ୩ ଜଣ ସଂପାଦକ ବୁଝିବେ। ମରୁଡି ସ୍ଥିତି ନେଇ ଦଳର ତଥ୍ୟ ଅନୁସନ୍ଧାନକାରୀ ଦଳର ରିପୋର୍ଟ ନେଇ ମଧ୍ୟ ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହୋଇପାରେ।