ବାଇକ୍‌କୁ ପିଟିଲା ବାଇକ୍‌: ଚାଲିଗଲା ଜଣଙ୍କ ପ୍ରାଣ, ୩ ଗୁରୁତର

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା କାଠପାଳ ନିକଟରେ ଦୁଟି ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଓ ଆହତମାନେ ଗୋଟଇଏ ପରିବାରର ବୋଲି ଜଣାପଡ଼ିଛି। ଗୁରୁତର ଆହତଙ୍କ ମଧ୍ୟରେ ବାପା, ମାଆ ଓ ପୁଅ ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ବାଇକ୍‌ରେ ଗୋଟିଏ ପରିବାରର ୪ ଜଣ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ […]

accident

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 06:14 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା କାଠପାଳ ନିକଟରେ ଦୁଟି ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଓ ଆହତମାନେ ଗୋଟଇଏ ପରିବାରର ବୋଲି ଜଣାପଡ଼ିଛି।

ଗୁରୁତର ଆହତଙ୍କ ମଧ୍ୟରେ ବାପା, ମାଆ ଓ ପୁଅ ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ବାଇକ୍‌ରେ ଗୋଟିଏ ପରିବାରର ୪ ଜଣ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ଦୁଇଜଣ ଯୁବକଙ୍କ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଅନ୍ୟ ବାଇକ୍‌ର ଯୁବକ ଦ୍ୱୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

Related story