ଚେଙ୍କ ନେଉଛି ଜୀବନ: ତଥାପି ଜୁଆଙ୍ଗ ମୁଖିଆ କହୁଛନ୍ତି ଏହା ଆମର ପରମ୍ପରା

କେନ୍ଦୁଝର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଦିବାସୀ। ସେଥିରୁ ସେମାନେ କେବେହେଲେ ମୁକୁଳି ପାରୁନାହାନ୍ତି। ଅନ୍ଧବିଶ୍ୱାସରେ ବଶବର୍ତ୍ତୀହୋଇ ଆଦିବାସୀମାନେ ନିଜ ନବଜାତ ପିଲାଙ୍କ ରୋଗ ଭଲ କରିବା ପାଇଁ ଚେଙ୍କ ଦେଉଛନ୍ତି। ଚେଙ୍କ ନେବା ପରେ କେତେକ ପିଲା ଅସୁସ୍ଥ ହେଉଥିବା ବେଳେ ଆଉ କେତେକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହାର ପ୍ରମାଣ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ଦୁଇ ମାସରେ ଚେଙ୍କ ଖାଇ ଜିଲ୍ଲାରେ ୧୧ ଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। […]

branding with hot iran

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 10:44 PM IST

କେନ୍ଦୁଝର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଦିବାସୀ। ସେଥିରୁ ସେମାନେ କେବେହେଲେ ମୁକୁଳି ପାରୁନାହାନ୍ତି। ଅନ୍ଧବିଶ୍ୱାସରେ ବଶବର୍ତ୍ତୀହୋଇ ଆଦିବାସୀମାନେ ନିଜ ନବଜାତ ପିଲାଙ୍କ ରୋଗ ଭଲ କରିବା ପାଇଁ ଚେଙ୍କ ଦେଉଛନ୍ତି। ଚେଙ୍କ ନେବା ପରେ କେତେକ ପିଲା ଅସୁସ୍ଥ ହେଉଥିବା ବେଳେ ଆଉ କେତେକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହାର ପ୍ରମାଣ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ଦୁଇ ମାସରେ ଚେଙ୍କ ଖାଇ ଜିଲ୍ଲାରେ ୧୧ ଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ଜୀବନ ଯାଇଛି।

ଜୁଆଙ୍ଗ ମୁଖିଆ ରତ୍ନା ଜୁଆଙ୍ଗ କହିଛନ୍ତି-“ପିଲାଙ୍କ ପେଟ ଫୁଲାଇଲେ ଚେଙ୍କ ଦିଆଯାଏ। ଏହି ଚେଙ୍କ କେଉଁ କାଳରୁ ଦିଆଯାଉଛି। ଏହା ଆମର ପରମ୍ପରାରେ ପରିଣତ ହୋଇଗଲାଣି।”

ହରିଚନ୍ଦନପୁର ବ୍ଲକ୍‌ ପିଠାଗୋଳା ପଞ୍ଚାୟତ। ଏଠାରେ ଅଧିକାଂଶ ଆଦିବାସୀ ଲୋକ ବାସ କରନ୍ତି। ସେମାନଙ୍କ ପିଲାଙ୍କ ପେଟରେ ଚେଙ୍କ ଦାଗ ଥିବା ଦେଖିବାକୁ ମିଳିଛି। ରୋଗ ଭଲ ପାଇଁ ବାପା-ମା ପିଲାକୁ ଦିଶାରୀଙ୍କ ପାଖକୁ ନିଅନ୍ତି। ସେଠାରେ ପିଲାଙ୍କୁ ଚେଙ୍କ ଦିଆଯାଏ। ଆଉ କେତେକ ସ୍ଥାନରେ ପିଜ ପାପା ଓ ମା’ ନିଜେ ମଧ୍ୟ ଚେଙ୍କ ଦେଉଛନ୍ତି।

କୁଲାଢାଙ୍କୁଣି ବାସିନ୍ଦା ମଞ୍ଜୁଲତା ଜୁଆଙ୍ଗ କହିଛନ୍ତି-“ବଡ଼ପୁଅର ଦେହ ଖରାପ ହେବାରୁ ଚେଙ୍କ ଦେଇଥିଲି। ତାର ରୋଗ ଭଲ ହୋଇଯାଇଥିଲା। ସାନ ପୁଅକୁ ଚେଙ୍କ ଦେଇଥିଲି। ହେଲେ ସେ ବେଶୀ ଅସୁସ୍ଥ ହୋଇପଡ଼ିଲା। ତାକୁ ଡାକ୍ତରଖାନା ନେଉ ନେଉ ରାସ୍ତାରେ ତାର ମରିଗଲା।”

ଚେଙ୍କ ଦେଇଦେଲେ ରୋଗ ଭଲ ହୋଇଯିବ ବୋଲି ଅବନ୍ତି ଜୁଆଙ୍ଗରଙ୍କର ବିଶ୍ୱାସ ରହିଛି। ପିଲା ଜନ୍ମ ହେବାର ତିନିଦିନ ପରେ ଶିଶୁକୁ ଚେଙ୍କ ଦିଆଯାଇଥିଲା। ଚେଙ୍କ ନେବା ପରେ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

କୁଲାଜାଙ୍କୁଣି ବାସିନ୍ଦା ଅବନ୍ତି ଜୁଆଙ୍ଗ କହିଛନ୍ତି-“ଚେଙ୍କ ଦେଲେ ପିଲାର ଦେହ ଭଲ ହେବ। ଆମ ସମ୍ପ୍ରଦାୟରେ ଏହି ନୀତି ରହିଛି। ଚେଙ୍କ ନେବା ପରେ ମୋ’ ପିଲା ଦେହ ଭଲ ହୋଇଥିଲା।”

ଏହା କେବଳ କୁଲାଢାଙ୍କୁଣି ଗାଁର କାହାଣୀ ନୁହେଁ। ଅନ୍ଧବିଶ୍ୱାସର ଜାଲରେ ଯେମିତି ଛନ୍ଦି ହୋଇଯାଇଛନ୍ତି ହରିଚନ୍ଦନପୁର ବ୍ଲକର ସବୁ ଆଦିବାସୀ ଗାଁ। ଏଥିପାଇଁ ବ୍ୟାପକ ସଚେତନତା କରାଯିବା ସତ୍ତ୍ୱେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ।

ଅଙ୍ଗନବାଡ଼ି କର୍ମୀ ସରସ୍ୱତୀ ନାଥ ସିଂ କହିଛନ୍ତି-“ଚେଙ୍କ ନଦେବା ପାଇଁ ବହୁ ବୁଝାଉଛୁ। ମାତ୍ର ସେମାନେ ବୁଝୁ ନାହାନ୍ତି। ରାତିରେ ପିଲାଙ୍କୁ ଚେଙ୍କ ଦେଉଛନ୍ତି। ଚେଙ୍କ ନେବା ପରେ ପିଲା ଭଲ ନହେଲେ ଆମ ପାଖକୁ ଆସୁଛନ୍ତି।”

ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୁରେନ୍ଦ୍ର ନାଥ ସିଂ କହିଛନ୍ତି-“ଆଦିବାସୀଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ସହଜ ନୁହେଁ। ତଥାପି ଦୂର କରିବା ପାଇଁ ଚେଷ୍ଟା ଚାଲିଛି।”

Related story