କରୋନା ଟିକା ନେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କୋଭିଡ ଟିକାକରଣର ପ୍ରଥମ ଡୋଜ ନେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଆଶ୍ଳୋକ ହସ୍ପିଟାଲଠାରେ ଶ୍ରୀ ପଣ୍ଡା ଏହି ଡୋଜ ନେଇଛନ୍ତି। ଦେଶରେ  ତଥା ରାଜ୍ୟରେ କରୋନା ସ୍ଥିତି ବେକାବୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି। ଟିକାକରଣକୁ ନେଇ ଆଦୌ ଭୟଭୀତ […]

vaccination

Niharika Rout
  • Published: Wednesday, 07 April 2021
  • , Updated: 07 April 2021, 02:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କୋଭିଡ ଟିକାକରଣର ପ୍ରଥମ ଡୋଜ ନେଇଛନ୍ତି।

ନୂଆଦିଲ୍ଲୀସ୍ଥିତ ଆଶ୍ଳୋକ ହସ୍ପିଟାଲଠାରେ ଶ୍ରୀ ପଣ୍ଡା ଏହି ଡୋଜ ନେଇଛନ୍ତି। ଦେଶରେ  ତଥା ରାଜ୍ୟରେ କରୋନା ସ୍ଥିତି ବେକାବୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି।

ଟିକାକରଣକୁ ନେଇ ଆଦୌ ଭୟଭୀତ ହେବା ଉଚିତ ନୁହେଁ। ଏହି ପ୍ରକ୍ରିୟା ଅତ୍ୟନ୍ତ ସୁରକ୍ଷିତ ଏବଂ କୁଶଳ । ତେଣୁ ଆଗାମୀ ଦିନରେ ଭାରତକୁ କୋଭିଡ ମୁକ୍ତ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି।

Related story