ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର: ଚାରି ଦିନର ଏକ ଶିଶୁର ମୃତ୍ୟୁକୁ ନେଇ ଆଜି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତା’ର ପରିବାର ଲୋକେ ଗଣ୍ଡଗୋଳ କରିଥିଲେ। ଗତ ୨୭ ତାରିଖରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ପୂର୍ଣ୍ଣବାସୀ ସାହୁଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ଜନ୍ମ ପରେ ଶିଶୁଟି ସୁସ୍ଥା ଥିବା ଡାକ୍ତର କହିଥିଲେ। ତେବେ ଶିଶୁଟି ପୋଲିଓ ନେବା ପରେ ଗୁରୁତର […]

child-death

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 03:09 PM IST

ଭୁବନେଶ୍ୱର: ଚାରି ଦିନର ଏକ ଶିଶୁର ମୃତ୍ୟୁକୁ ନେଇ ଆଜି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତା’ର ପରିବାର ଲୋକେ ଗଣ୍ଡଗୋଳ କରିଥିଲେ।

ଗତ ୨୭ ତାରିଖରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ପୂର୍ଣ୍ଣବାସୀ ସାହୁଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ଜନ୍ମ ପରେ ଶିଶୁଟି ସୁସ୍ଥା ଥିବା ଡାକ୍ତର କହିଥିଲେ। ତେବେ ଶିଶୁଟି ପୋଲିଓ ନେବା ପରେ ଗୁରୁତର ହୋଇପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ତା’ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏ ନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story