ଚମ୍ପୁଆ ଓ ବାଲିଗୁଡ଼ା ଏନଏସିର ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ

କେନ୍ଦୁଝର/ଫୁଲବାଣୀ: ନବ ଗଠିତ ଚମ୍ପୁଆ ଓ ବାଲିଗୁଡ଼ା ପୌର ପରିଷଦ (ଏନଏସି)ର ଅଧ୍ୟକ୍ଷ ପଦ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ହୋଇଛି। ଚମ୍ପୁଆରେ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡି କାଉନସିଲର ଗୀତାରାଣୀ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୧୩ଟି ୱାର୍ଡ ବିଶିଷ୍ଟ ଚମ୍ପୁଆ ପୌର ପରିଷଦରେ ବିଜେଡି ୯ଟିରେ ବିଜୟୀ ହୋଇଥିବା ବେଳେ ୪ଟି ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇଛି। ବିଜେପି ଓ କଂଗ୍ରେସ ଏଠି ଖାତା ଖୋଲି ପାରି ନ ଥିଲେ। ଅନ୍ୟପକ୍ଷରେ ବାଲିଗୁଡ଼ା ଏନଏସି […]

nac

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 11:21 AM IST

କେନ୍ଦୁଝର/ଫୁଲବାଣୀ: ନବ ଗଠିତ ଚମ୍ପୁଆ ଓ ବାଲିଗୁଡ଼ା ପୌର ପରିଷଦ (ଏନଏସି)ର ଅଧ୍ୟକ୍ଷ ପଦ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ହୋଇଛି।

ଚମ୍ପୁଆରେ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡି କାଉନସିଲର ଗୀତାରାଣୀ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।

୧୩ଟି ୱାର୍ଡ ବିଶିଷ୍ଟ ଚମ୍ପୁଆ ପୌର ପରିଷଦରେ ବିଜେଡି ୯ଟିରେ ବିଜୟୀ ହୋଇଥିବା ବେଳେ ୪ଟି ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇଛି। ବିଜେପି ଓ କଂଗ୍ରେସ ଏଠି ଖାତା ଖୋଲି ପାରି ନ ଥିଲେ।

ଅନ୍ୟପକ୍ଷରେ ବାଲିଗୁଡ଼ା ଏନଏସି ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି। ବିଜେଡିରୁ ମମତା ବେହେରା ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କୌଶଲ୍ୟା ନାଏକ।

୧୩ ଆସନ ବିଶିଷ୍ଟ ବାଲିଗୁଡ଼ା ଏନଏସିରେ ବିଜେଡି ୯ଟିରେ ଜିତିଥିବା ବେଳେ କଂଗ୍ରେସ ଓ ବିଜେପି ଯଥାକ୍ରମେ ୩ଟି ଓ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

Related story