ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ନେଇ ଦେଖାଦେଇଥିବା ଅଚଳାବସ୍ଥା ଲାଗି ରହିଛି। ସେ ନେଇ ବୁଧବାର ବିଶ୍ୱବିଦ୍ୟାଳୟ ଉପଦେଷ୍ଠା କମିଟି ବୈଠକରେ ଆଲୋଚନା ହୋଇଛି। ନିର୍ବାଚନ ନେଇ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ।ଅନ୍ୟପକ୍ଷରେ ଆଲୋଚନା ପରେ କମିଟି ପକ୍ଷରୁ ପିଜି କାଉନସିଲକୁ ଏକ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଛି। ଆସନ୍ତାକାଲି ପିଜି କାଉନସିଲ ବୈଠକ ବସିବ। ଏହି ବୈଠକରେ ହିଁ ନିର୍ବାଚନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।
ସୂଚନାଯୋଗ୍ୟ,ଗତ ଶନିବାର ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯିବା ନେଇ ଘୋଷଣା ହୋଇଥିଲା । ତେବେ ଏହି ନିଷ୍ପତ୍ତିର ପ୍ରତିବାଦ କରି ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।