କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଆଦିତ୍ୟ ଓ ଉପେନ୍ଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ସୋମବାର ଅବସର ନେବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ଏନେଇ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ମୁଖ୍ୟ ସଚିବ କିଏ ହେବେ ତାକୁ ନେଇ ଏବେ ବି ଜାରି ରହିଛି ଚର୍ଚ୍ଚା। ମୁଖ୍ୟ ସଚିବ ପଦ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଗତ ୨ ବର୍ଷ ଧରି ପ୍ରଶାସନିକ କ୍ଷେତ୍ରରେ ଦେଖାଦେଇଥିବା […]

aditya and upendra

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 03:07 PM IST

[caption id="attachment_53911" align="alignleft" width="300"] ପ୍ରମୁଖ ଶାସନ ସଚିବ ଆଦିତ୍ୟ ପାଢ଼ୀ ଓ ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା[/caption]

ଭୁବନେଶ୍ୱର: ସୋମବାର ଅବସର ନେବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ଏନେଇ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ମୁଖ୍ୟ ସଚିବ କିଏ ହେବେ ତାକୁ ନେଇ ଏବେ ବି ଜାରି ରହିଛି ଚର୍ଚ୍ଚା। ମୁଖ୍ୟ ସଚିବ ପଦ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଗତ ୨ ବର୍ଷ ଧରି ପ୍ରଶାସନିକ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଆଦିତ୍ୟ। ନବୀନଙ୍କ ଗୁଡ୍ ବୁକରେ ଥିବା ଆଦିତ୍ୟଙ୍କର ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବେଶ୍ ପତିଆରା ରହିଛି। ଉନ୍ନୟନ କମିଶନର ଭାବେ ସେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ୧୯୮୩ ବ୍ୟାଚର ଆଇଏଏସ୍ ହେଉଛନ୍ତି ଆଦିତ୍ୟ। ବର୍ତ୍ତମାନ ସୁଦ୍ଧା ଗୃହ, ଅର୍ଥ, ଶିଳ୍ପ, ପରିବହନ, ନଗର ଉନ୍ନୟନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବ ତୁଲାଇଛନ୍ତି ସେ। ଦିଲ୍ଲୀରେ ରେସିଡେଣ୍ଟ୍ କମିଶନର ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି ଶ୍ରୀ ପାଢୀ। ଆଦିତ୍ୟ ପାଢୀଙ୍କର ଆହୁରି ୪ ବର୍ଷ କାର୍ଯ୍ୟକାଳ ରହିଛି।

ସେହିଭଳି ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରାଙ୍କ ନାଁ ବି ରହିଛି ଚର୍ଚ୍ଚାରେ। ପୂର୍ବରୁ ଜଙ୍ଗଲ ଓ ପରିବେଶ, ଅର୍ଥ, ଗୃହ, ସାଧାରଣ ପ୍ରଶାସନ ବିଭାଗରେ ତାଙ୍କର ବେଶ ପ୍ରାଶାସନିକ ଅଭିଜ୍ଞତା ରହିଛି। ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକ ଓ ସେତେବେଳର ମାଲାକାନାଗିରି ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ମାଓବାଦୀଙ୍କ କବଳରୁ ମୁକ୍ତ କରାଇବାରେ ଉପେନ୍ଦ୍ର ଗୁରୁ ଦାୟିତ୍ୱ ତୁଲାଇ ଥିଲେ।

Related story