ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରୀ ଓ ସଚିବଙ୍କ ଜିଲ୍ଲା ଗସ୍ତ ଆରମ୍ଭ

ଭୁବନେଶ୍ୱର: ସରକାରୀ ଯୋଜନା ଓ ଉନ୍ନୟନମୂଳକ କାମର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ଆଜିଠୁ ଜିଲ୍ଲା ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ମାସର ପ୍ରଥମ ସପ୍ତାହରେ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କିଛି ମନ୍ତ୍ରୀ କାର୍ଯ୍ୟକାରୀ କରିଥିବା ବେଳେ ଆଜିଠୁ ଅନ୍ୟ ମନ୍ତ୍ରୀ ମାନେ  ଜିଲ୍ଲା ଗସ୍ତ କରିବେ। ନିଜ ଜିଲ୍ଲାକୁ ନଯାଇ ଅଲଗା ଅଲଗା ଜିଲ୍ଲାକୁ ଯାଇ କାମ ତଦାରଖ କରିବାକୁ ମନ୍ତ୍ରୀମାନଙ୍କୁ […]

sachibalaya

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 08:05 AM IST

ଭୁବନେଶ୍ୱର: ସରକାରୀ ଯୋଜନା ଓ ଉନ୍ନୟନମୂଳକ କାମର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ଆଜିଠୁ ଜିଲ୍ଲା ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ମାସର ପ୍ରଥମ ସପ୍ତାହରେ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କିଛି ମନ୍ତ୍ରୀ କାର୍ଯ୍ୟକାରୀ କରିଥିବା ବେଳେ ଆଜିଠୁ ଅନ୍ୟ ମନ୍ତ୍ରୀ ମାନେ  ଜିଲ୍ଲା ଗସ୍ତ କରିବେ। ନିଜ ଜିଲ୍ଲାକୁ ନଯାଇ ଅଲଗା ଅଲଗା ଜିଲ୍ଲାକୁ ଯାଇ କାମ ତଦାରଖ କରିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି। ଗସ୍ତବେଳେ ଫୋକସରେ ଉନ୍ନୟନ କାମ ଓ ସରକାରଙ୍କ ଯୋଜନାର ସଫଳ ରୂପାୟନ ରହିବ । କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ ସେନେଇ ମନ୍ତ୍ରୀ ମାନେ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ସପ୍ତାହର ୪ଦିନ ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିବେ।

ଏ ନେଇ ସ୍ୱସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ  ସ୍ୱାସ୍ଥ୍ୟ ସେବା କିପରି ଚାଲିଛି । ଲୋକଙ୍କ ପାଖରେ ଠିକରେ ସ୍ୱସ୍ଥ୍ୟସେବା ପହଞ୍ଚୁଛି ନା ନାହିଁ ତାହାର ସମୀକ୍ଷା କରିବି । ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ପ୍ରଶାସନକୁ ଶାଣିତ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ଏପରି ଗସ୍ତ କରିବାକୁ କହିଛନ୍ତି। ବିଭାଗଗୁଡିକର କାମ କେମିତି ଚାଲିଛି ଗସ୍ତ ପରେ ତାହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ସ୍କୁଲ ଗଣଶିକ୍ଷା ଓ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ବିଭିନ୍ନ ଯୋଜନାରେ କାମ ଠିକରେ ହେଉଛି କି ନାହିଁ । କାମ ଶେଷ ହେବାରେ କେଉଁଠି ସମସ୍ୟା ରହିଛି ଗସ୍ତ ବେଳେ ତାହାର ତର୍ଜମା କରାଯିବ। କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କ୍ରୀଡାର ଉନ୍ନତି ଲାଗି ନିଆଯାଉଥିବା ପଦକ୍ଷେପ ଗ୍ରାମାଞ୍ଚଳରେ ଠିକରେ ପହଞ୍ଚୁଛି କି ନାହିଁ ତାହା ଗସ୍ତରୁ ଜଣାପଡିବ। ଯେଉଁଠି ସମସ୍ୟା ଥିବା ତାହାର ସମାଧାନ କରାଯାଇ ସମସ୍ତଙ୍କ ପାଖରେ ଯୋଜନାର ସୁଫଳ ଯେପରି ପହଞ୍ଚି ପାରିବ ସେ ନେଇ ପଦକ୍ଷେପ ନିଆଯିବ।

Related story