କେଜ୍ରିୱାଲଙ୍କ ଦାବି, ଦୈନିକ ଲକ୍ଷେ କରୋନା କେସର ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନାର ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ ତୃତୀୟ ଲହରର ବିପଦ ଘନେଇବାରେ ଲାଗିଛି। ଭାରତକୁ କରୋନାର ତୃତୀୟ ଲହର ଓମିକ୍ରନ ରୂପରେ ଆସିବ ବୋଲି ବିଶେଷଜ୍ଞମାନେ କହିବା ପରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ୱେଭର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବା ଆଜି ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଯଦି ରାଜଧାନୀରେ ଦୈନିକ ଲକ୍ଷେ କରୋନା ରୋଗୀ […]

Kejriwal

Hemant Lenka
  • Published: Thursday, 23 December 2021
  • , Updated: 23 December 2021, 07:06 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନାର ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ ତୃତୀୟ ଲହରର ବିପଦ ଘନେଇବାରେ ଲାଗିଛି। ଭାରତକୁ କରୋନାର ତୃତୀୟ ଲହର ଓମିକ୍ରନ ରୂପରେ ଆସିବ ବୋଲି ବିଶେଷଜ୍ଞମାନେ କହିବା ପରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି।

ବିଶେଷ କରି ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ୱେଭର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବା ଆଜି ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଯଦି ରାଜଧାନୀରେ ଦୈନିକ ଲକ୍ଷେ କରୋନା ରୋଗୀ ଚିହ୍ନଟ ହୁଅନ୍ତି, ତା’ହେଲେ ବି ଏହାର ମୁକାବିଲା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ହୋଇଛି ବୋଲି ସେ କହିଛନ୍ତି।

ଆଜି କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, “ଯଦି କରୋନା ସଂକ୍ରମଣ ଦୈନିକ ଲକ୍ଷେ ଛୁଇଁବ, ତା’ହେଲେ ବି ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ। ଆମେ ଦୈନିକ ୩ ଲକ୍ଷ ଟେଷ୍ଟ କରିବାକୁ ମଧ୍ୟ ବ୍ୟବସ୍ଥା କରିଛୁ।”

କରୋନାର ଦ୍ୱିତୀୟ ୱେଭ ବେଳେ ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା। ଦୈନିକ ସଂକ୍ରମଣ ୨୮ ହଜାର ପାର କରିଥିବା ବେଳେ ଲୋକମାନେ ବେଡ୍‌ ଓ ଅକ୍ସିଜେନ ପାଇଁ ଛଟପଟ ହେଉଥିଲେ। ହେଲେ ଏବେ ଦିଲ୍ଲୀ ସରକାର ସବୁ ପ୍ରକାରର ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

କେଜ୍ରିୱାଲ ସେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ସରକାର ଓମିକ୍ରନ ଭାରିଏଣ୍ଟର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ପ୍ରସ୍ତୁତି କରିଛନ୍ତି। ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ବ୍ୟାପୁଥିଲେ ମଧ୍ୟ ଏହାର ଲକ୍ଷଣ ବେଶ ସ୍ୱଳ୍ପ ରହୁଛି। ଆମେ ଏବେ ଲୋକଶକ୍ତିକୁ ବଢ଼ାଇଛୁ। ଆସନ୍ତା ମାସଗୁଡ଼ିକ ପାଇଁ ଜରୁରୀ ଔଷଧ ମଧ୍ୟ ଷ୍ଟକ କରି ରଖିଛୁ। ଆମେ ମେଡିକାଲ ଅକ୍ସିଜେନର ବ୍ୟବସ୍ଥା କରିଛୁ। ୧୫ଟି ଅକ୍ସିଜେନ ଟ୍ୟାଙ୍କର ଆସନ୍ତା ୩ ସପ୍ତାହ ମଧ୍ୟରେ ଆମ ପାଖରେ ପହଞ୍ଚି ଯିବ ବୋଲି ସେ କହିଛନ୍ତି।

ସ୍ୱଳ୍ପ ଲକ୍ଷଣ ଥିବା ଲୋକମାନେ ନିଜକୁ ଘର ମଧ୍ୟରେ ଆଇସୋଲେଟ କରିବା ସହ ହସ୍ପିଟାଲରେ ଅଯଥା ଭିଡ଼ କରନ୍ତୁ ନାହିଁ ବୋଲି କେଜ୍ରିୱାଲ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଆମେ ହୋମ ଆଇସୋଲେସନ ପ୍ରୋଟକଲକୁ ଅଧିକ ସଶକ୍ତ କରିଛୁ। ଆମ ପ୍ରୋଟକଲ ଅନୁଯାୟୀ ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ପାଖକୁ ସ୍ୱାସ୍ଥ୍ୟକର୍ମୀମାନେ ଯିବେ। ସେମାନେ ଫୋନ ଯୋଗେ କାଉନସିଲିଂ କରିବେ ଓ ଅକ୍ସିମିଟର ଥିବା କିଟ୍‌ ମଧ୍ୟ ଦେବେ। ତେଣୁ କେହି ବି ବ୍ୟସ୍ତ ହେବା ଉଚିତ ନୁହେଁ।”

ଦିଲ୍ଲୀରେ କରୋନାର ଅଧିକ ସଂକ୍ରମଣ ଦେଖାଯିବନି ବୋଲି କେଜ୍ରିୱାଲ ଆଶା କରିଛନ୍ତି। ସେ କହିଛନ୍ତି, ସେରୋସର୍ଭେରୁ ୯୫% ଲୋକଙ୍କ ଶରୀରରେ ହର୍ଡଇମ୍ୟୁନିଟି ରହିଥିବା ଜଣାପଡ଼ିଛି। ଏଥିସହ ୭୦%ରୁ ଅଧିକ ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି। ତଥାପି ଯଦି ମାମଲା ବଢ଼ିବ, ତା’ହେଲେ କେହି ବି ବ୍ୟସ୍ତ ହେବନି। ଆମେ ସମସ୍ତେ ଏକାଠି ଅଛେ ଓ ଦିଲ୍ଲୀ ସରକାର ପୂରା ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି।

Related story