ଯୋଗ ଗୁରୁ ବାବା ରାମଦେବଙ୍କ ଦାଢି ଟାଣିଲେ ଧର୍ମଗୁରୁ ଦଲାଇଲାମା

ମୁମ୍ୱାଇ: ମୁମ୍ୱାଇରେ ଆୟୋଜିତ ହୋଇଥିବା ‘ୱାଲର୍ଡ ପିସ୍‌ ଏଣ୍ଡ୍ ହାରମନି କନ୍‌କ୍ଲେଭ୍‌’ରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ଅବସରରେ ଧର୍ମଗୁରୁ ଦଲାଇଲାମା ଓ ଯୋଗ ଗୁରୁ ବାବା ରାମାଦେବଙ୍କ ମଧ୍ୟରେ ବହୁତ ଥଟ୍ଟାମଜା ହୋଇଥିଲା। କନ୍‌କ୍ଲେଭ୍‌ରେ ଦଲାଇଲାମା ସମ୍ବୋଧନ ଦେବା ବେଳେ ବାବା ରାମଦେବଙ୍କୁ ପାଖକୁ ଡାକି ଥିଲେ ଓ ତାଙ୍କ ଦାଢିକୁ ଜାବୁଡି ଧରି ଥିଲେ। ଏହା ଦେଖି ଉପସ୍ଥିତ ଲୋକେ ହସିହସି ବେଦମ ହୋଇ ଯାଇଥିଲେ। […]

dam

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 03:05 PM IST

ମୁମ୍ୱାଇ: ମୁମ୍ୱାଇରେ ଆୟୋଜିତ ହୋଇଥିବା ‘ୱାଲର୍ଡ ପିସ୍‌ ଏଣ୍ଡ୍ ହାରମନି କନ୍‌କ୍ଲେଭ୍‌’ରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ଅବସରରେ ଧର୍ମଗୁରୁ ଦଲାଇଲାମା ଓ ଯୋଗ ଗୁରୁ ବାବା ରାମାଦେବଙ୍କ ମଧ୍ୟରେ ବହୁତ ଥଟ୍ଟାମଜା ହୋଇଥିଲା।

କନ୍‌କ୍ଲେଭ୍‌ରେ ଦଲାଇଲାମା ସମ୍ବୋଧନ ଦେବା ବେଳେ ବାବା ରାମଦେବଙ୍କୁ ପାଖକୁ ଡାକି ଥିଲେ ଓ ତାଙ୍କ ଦାଢିକୁ ଜାବୁଡି ଧରି ଥିଲେ। ଏହା ଦେଖି ଉପସ୍ଥିତ ଲୋକେ ହସିହସି ବେଦମ ହୋଇ ଯାଇଥିଲେ।

ମଞ୍ଚରେ ବାବା ରାମଦେବ ତାଙ୍କ ଯୋଗ କଳା ପ୍ରଦର୍ଶନ କରିଥିଲେ।

ଏହି କନ୍‌କ୍ଲେଭ୍‌ରେ ବାବା ରାମଦେବ ସମ୍ୱୋଧନ ଦେବା ସମୟରେ ଭାରତ-ଚୀନ ସୀମା ବିବାଦକୁ ନେଇ ଚିନ୍ତା ପ୍ରକାଶ କରିଥିଲେ।  ସେ କହିଥିଲେ,“ଚୀନ୍‌ ଶାନ୍ତିରେ ବିଶ୍ୱାସ ରଖେ ନାହିଁ। ସେପରି ହୋଇଥିଲେ ଦଲାଇଲାମା ଭାରତରେ ରହି ନ ଥାଆନ୍ତେ।”

 

Related story