ପୁଅ ଜେଲ୍‌ରେ, ବାପା-ମାଆ ମାଗୁଛନ୍ତି ଦାଦାବଟି!

କଟକ(ଓଡ଼ିଶା ରିପୋର୍ଟର): ପୁଅ ଜେଲ୍‌ରେ ଆଉ ବାହାରେ ବାପା ମାଆଙ୍କ ଦାଦାଗିରି। ବ୍ୟବସାୟୀଙ୍କୁ ଧମକ ଦେଇ ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରଦୀପ ବେହେରା ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା। ଏମାନେ ହେଉଛନ୍ତି ଡି-ବ୍ରଦର୍ସ ସହଯୋଗୀ ଲିଟୁଆର ବାପା ଓ ମାଆ। ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ଆଜି ପୁଲିସ୍ ଗିରଫ କରିଛି। ଏହାସହ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ଏବେ ଲିଟୁଆ ଚୌଦ୍ୱାର ଜେଲ୍‌ରେ ଅଛି। ଜେଲ୍ […]

crime

Manoranjan Sial
  • Published: Saturday, 25 January 2020
  • , Updated: 25 January 2020, 05:55 PM IST

କଟକ(ଓଡ଼ିଶା ରିପୋର୍ଟର): ପୁଅ ଜେଲ୍‌ରେ ଆଉ ବାହାରେ ବାପା ମାଆଙ୍କ ଦାଦାଗିରି। ବ୍ୟବସାୟୀଙ୍କୁ ଧମକ ଦେଇ ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରଦୀପ ବେହେରା ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା। ଏମାନେ ହେଉଛନ୍ତି ଡି-ବ୍ରଦର୍ସ ସହଯୋଗୀ ଲିଟୁଆର ବାପା ଓ ମାଆ। ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ଆଜି ପୁଲିସ୍ ଗିରଫ କରିଛି। ଏହାସହ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ।

ଏବେ ଲିଟୁଆ ଚୌଦ୍ୱାର ଜେଲ୍‌ରେ ଅଛି। ଜେଲ୍ ଭିତରୁ ଲିଟୁଆ ଫୋନ୍ କରି ବଟି ପାଇଁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଲିଟୁଆର ବାପା ମାଆ ଜଣେ କଟକର ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ନେଇ ଅଭିଯୋଗ ହୋଇଥିଲା। ୨ ଜଣ ଯୁବକ ବ୍ୟବସାୟୀଙ୍କୁ ଟଙ୍କା ମାଗିବା ପାଇଁ ଆସିଥିବା ବେଳେ ଗିରଫ କରିଥିଲା ପୁଲିସ୍। ଏମାନଙ୍କୁ ପଚରାଉଚରା କରିବା ପରେ ଏନେଇ ତଥ୍ୟ ସାମ୍ନାକୁ ଆସିଥିଲା।

Related story