ଜଗତସିଂହପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ଉପକୂଳ ଜିଲ୍ଲାରୁ ଆଜି ଆଉ ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବାରିଆମୂଳ ଗାଁର ରବୀନ୍ଦ୍ର ମୁଦୁଲି। ଫସଲହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ୫ ଦିନ ତଳେ ବିଷ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ପୂର୍ବରୁ ଉପକୂଳବର୍ତ୍ତୀ ଜିଲ୍ଲା […]

farnersuicide

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 09:40 AM IST

ଜଗତସିଂହପୁର: ଉପକୂଳ ଜିଲ୍ଲାରୁ ଆଜି ଆଉ ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବାରିଆମୂଳ ଗାଁର ରବୀନ୍ଦ୍ର ମୁଦୁଲି। ଫସଲହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ୫ ଦିନ ତଳେ ବିଷ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ପୂର୍ବରୁ ଉପକୂଳବର୍ତ୍ତୀ ଜିଲ୍ଲା କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଥିଲା। ତେବେ ପ୍ରଥମ ଥର ପାଇଁ ଜଗତସିଂହପୁରରୁ ଆଜି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। କଟକ ଜିଲ୍ଲାରେ ୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ଯାଜପୁରରେ ୨, ଭଦ୍ରକରେ ୨, କେନ୍ଦ୍ରାପଡ଼ାରେ ୨ ଓ ବାଲେଶ୍ୱରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Related story