ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା

କଟକ(ଓଡ଼ିଶା ରିପୋର୍ଟର): କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା। କଟକ  କନ୍ଦରପୁର ଥାନା ଅନ୍ତର୍ଗତ ଶିଦ୍ଦେଶ୍ୱରପୁର  ଗାଁର ସୁଦର୍ଶନ ଶତପଥୀଙ୍କୁ ବୀଭତ୍ସ ଭାବରେ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ସେ କ୍ଷୀର ପାଇଁ ନିକଟସ୍ଥ ବଜାରକୁ ଯାଇ ସ୍କୁଟିରେ ଫେରୁଥିବା ବେଳେ ଏକ ଧାରୁଆ ଅସ୍ତ୍ର ରେ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କୁ କିଏ କଣ ପାଇଁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ। କନ୍ଦରପୁର ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ […]

6io

Tapas Behera
  • Published: Sunday, 29 August 2021
  • , Updated: 29 August 2021, 09:39 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା। କଟକ  କନ୍ଦରପୁର ଥାନା ଅନ୍ତର୍ଗତ ଶିଦ୍ଦେଶ୍ୱରପୁର  ଗାଁର ସୁଦର୍ଶନ ଶତପଥୀଙ୍କୁ ବୀଭତ୍ସ ଭାବରେ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ସେ କ୍ଷୀର ପାଇଁ ନିକଟସ୍ଥ ବଜାରକୁ ଯାଇ ସ୍କୁଟିରେ ଫେରୁଥିବା ବେଳେ ଏକ ଧାରୁଆ ଅସ୍ତ୍ର ରେ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କୁ କିଏ କଣ ପାଇଁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ। କନ୍ଦରପୁର ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ  ଏହି ଘଟଣାରେ ଛାନଭିନ ଜାରି ରଖିଛି। ତାଙ୍କ ପୁଅ କହିଛନ୍ତି ଯେ, କିଏ ଏମିତି ଘଟାଇଛି ଆମେ ଜାଣିନୁ। ଆମ ସହ ମଧ୍ୟ କାହାର ଶତ୍ରୁତା ନଥିଲା। ତେବେ ଏନେଇ ପୁଲିସ ତଦନ୍ତ ଚଳାଇଛି।

Related story