ବିଜେଡି ସାଂସଦଙ୍କୁ ଆଜି ସାକ୍ଷାତ କରିବେ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କୁ ଭେଟିବେ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି। ବିଜେଡି ସାଂସଦଙ୍କୁ ଭେଟି ଭୋଟ୍ ଦେବାକୁ ଅନୁରୋଧ କରିବେ ଗୋପାଳକୃଷ୍ଣ।  ସକାଳ ୯ଟା ସମୟରେ ଦଳର ସମସ୍ତ ସାଂସଦଙ୍କୁ ଗୋପାଳକୃଷ୍ଣ ଗାନ୍ଧି ଭେଟିବେ ବୋଲି ଜଣାପଡିଛି। ଏଥିଲାଗି ସମସ୍ତ ସାଂସଦଙ୍କୁ ଏହି ସମୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ କରିଥିବା ବେଳେ, ଉପ-ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣ […]

gopal-krishna-gandhi

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 10:30 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କୁ ଭେଟିବେ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି। ବିଜେଡି ସାଂସଦଙ୍କୁ ଭେଟି ଭୋଟ୍ ଦେବାକୁ ଅନୁରୋଧ କରିବେ ଗୋପାଳକୃଷ୍ଣ।  ସକାଳ ୯ଟା ସମୟରେ ଦଳର ସମସ୍ତ ସାଂସଦଙ୍କୁ ଗୋପାଳକୃଷ୍ଣ ଗାନ୍ଧି ଭେଟିବେ ବୋଲି ଜଣାପଡିଛି। ଏଥିଲାଗି ସମସ୍ତ ସାଂସଦଙ୍କୁ ଏହି ସମୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ କରିଥିବା ବେଳେ, ଉପ-ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ବିଜେଡି ସମର୍ଥନ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

Related story