ଗୁରୁବାର ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ନବୀନଙ୍କୁ ଭେଟିବେ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଦୁଇ ଦିନିଆ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। କାଲି ଅପରାହ୍ନ ୫ଟାରେ ସେ ଭୁବନେଶ୍ୱରରେ ପହଁଞ୍ଚିବା ପରେ ସଂଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। କାରଣ ସମାଜବାଦୀ ପାର୍ଟି ଏବେ ବିହାର ନିର୍ବାଚନରେ ଥାର୍ଡ ଫ୍ରଣ୍ଟରୁ ଦୂରରେ ଥିବା ବେଳେ […]

akhilesh_nabin

Rakesh Mallick
  • Published: Wednesday, 28 October 2015
  • , Updated: 29 October 2015, 02:57 AM IST

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଦୁଇ ଦିନିଆ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। କାଲି ଅପରାହ୍ନ ୫ଟାରେ ସେ ଭୁବନେଶ୍ୱରରେ ପହଁଞ୍ଚିବା ପରେ ସଂଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। କାରଣ ସମାଜବାଦୀ ପାର୍ଟି ଏବେ ବିହାର ନିର୍ବାଚନରେ ଥାର୍ଡ ଫ୍ରଣ୍ଟରୁ ଦୂରରେ ଥିବା ବେଳେ ବିଜେଡି ମଧ୍ୟ ଥାର୍ଡ ଫ୍ରଣ୍ଟରେ ଯୋଗ ଦେବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନି। ତେଣୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ କିଛି ନୂଆ ସମୀକରଣର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Related story