କଲୋମ୍ବ: ଗୁରୁବାର ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରାନିଲ ବିକ୍ରମସିଂଘ। ସେ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କର ପ୍ରଧାନମନ୍ତ୍ରୀ ପଦରେ ବସିବେ। ରାନିଲଙ୍କ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି (ୟୁଏନପି) ମେଣ୍ଟ ସାଧାରଣ ନିର୍ବାଚନରେ ୧୦୬ଟି ଆସନରେ ବିଜୟୀ ହୋଇଛି। ସୋମବାର ଏଥିପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ୨୨୫ ଆସନ ବିଶିଷ୍ଟ ସଂସଦରେ ୟୁଏନପି ମେଣ୍ଟ ବହୁମତରୁ ମାତ୍ର ୭ଟି ଆସନ କମ୍ ପାଇଛି।
ଅନ୍ୟପକ୍ଷରେ ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକସେ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଥିଲେ। ତେବେ ତାଙ୍କ ନେତୃତ୍ୱାଧୀନ ୟୁନାଇଟେଡ୍ ପିପୁଲ୍ସ ଫ୍ରିଡମ୍ ଏଲାଇନ୍ସ (ୟୁପିଏଫଏ) ୯୫ଟି ଆସନ ପାଇଥିଲା।