ବିବାଦରେ ଅକାଳୀ ଦଳ ନେତା, କହିଲେ ତ୍ରିରଙ୍ଗା ନୁହେଁ, ଶିଖ୍ ପତକା ଉଡ଼ାଅ

ଚଣ୍ଡିଗଡ଼: ଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍ ପତକା ଉଡ଼ାଅ। ଏଭଳି କହି ବିବାଦକୁ ଆସିଛନ୍ତି ଶିରୋମଣୀ ଅକାଳୀ ଦଳର ଅମୃତସର ମୁଖ୍ୟ ତଥା ସାଂସଦ ସୀମ୍ରନଞ୍ଜିତ୍ ସିଂହ ମାନ। କେନ୍ଦ୍ର ସରକାର ଆହ୍ୱାନ ଦେଇଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ପଞ୍ଜାବର ଲୋକମାନେ ବଏକଟ୍ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ପଞ୍ଜାବର ଲୋକମାନେ ଅଗଷ୍ଟ୧୪-୧୫ ତାରିଖରେ ନୀସାନ ସହିବ୍ ପାଳନ କରିବାକୁ ମତ ରଖିଛନ୍ତି। ପଞ୍ଜାବ ସଙ୍ଗରୁର ଏହି ସାଂସଦଙ୍କ ଆହ୍ୱାନ ଏବେ ବିବାଦକୁ […]

Maan

  • Published: Wednesday, 10 August 2022
  • , Updated: 10 August 2022, 02:15 PM IST

ଚଣ୍ଡିଗଡ଼: ଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍ ପତକା ଉଡ଼ାଅ। ଏଭଳି କହି ବିବାଦକୁ ଆସିଛନ୍ତି ଶିରୋମଣୀ ଅକାଳୀ ଦଳର ଅମୃତସର ମୁଖ୍ୟ ତଥା ସାଂସଦ ସୀମ୍ରନଞ୍ଜିତ୍ ସିଂହ ମାନ। କେନ୍ଦ୍ର ସରକାର ଆହ୍ୱାନ ଦେଇଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ପଞ୍ଜାବର ଲୋକମାନେ ବଏକଟ୍ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ପଞ୍ଜାବର ଲୋକମାନେ ଅଗଷ୍ଟ୧୪-୧୫ ତାରିଖରେ ନୀସାନ ସହିବ୍ ପାଳନ କରିବାକୁ ମତ ରଖିଛନ୍ତି। ପଞ୍ଜାବ ସଙ୍ଗରୁର ଏହି ସାଂସଦଙ୍କ ଆହ୍ୱାନ ଏବେ ବିବାଦକୁ ବଢ଼ାଇଛି।

ଦିବଙ୍ଗତ ଦୀପ୍ ସିଦ୍ଧୁଙ୍କ କଥା ଦୋହରାଇ ମାନ୍ କହିଛନ୍ତି, ଶିଖ୍‌ମାନେ ସ୍ୱାଧୀନ ଓ ଅନ୍ୟ ବର୍ଗର ଲୋକଙ୍କ ଠାରୁ ଭିନ୍ନ। ଭାରତୀୟ ଫୋର୍ସ ହେଉଛନ୍ତି ଶତ୍ରୁ ପକ୍ଷ। ନିହତ ଖାଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣିଲ ସିଂହ ବିନ୍ଦରୱାଲେର ନାଁ ନେଇ ସେ କହିଛନ୍ତି, ଏହି ଶତ୍ରୁ ସୈନ୍ୟଙ୍କ ସହ ଲଢ଼ୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ତାଙ୍କର ଏହି ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି ବିଜେପି ଓ ଆପ୍। ଆପ୍ ମୁଖପାତ୍ର ମାଲୱିନ୍ଦର ସିଂହ କାଙ୍ଗ୍ କହିଛନ୍ତି ଏହି ନେତାଙ୍କ ପ୍ରତିକ୍ରିୟା ଠିକ୍ ତାଙ୍କ ଚରିତ୍ର ଭଳି। ଭାରତୀୟ ସମ୍ବିଧାନର ଶପଥ ନେଇଥିବା ସୀମ୍ରନଞ୍ଜିତଙ୍କ ପ୍ରତିକ୍ରିୟା, ତାଙ୍କ ପ୍ରକୃତ ଚରିତ୍ରକୁ ପଦାରେ ପକାଇଛି। ବିଜେପି ମୁଖପାତ୍ର ଭିନେତ୍ ଯୋଶୀ କହିଛନ୍ତି, ଲୋକେ ଖଲିସ୍ତାନକୁ ନାପସନ୍ଦ କରିଛନ୍ତି ଏବଂ ଶାନ୍ତିକୁ ଆଦରି ନେଇଛନ୍ତି। ସୀମ୍ରନଞ୍ଜିତ୍ ଆଏସ୍‌ଆଇ କଥାରେ ନାଚୁଛନ୍ତି ଏବଂ ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କର ଏଭଳି ଅନେକ ପ୍ରତିକ୍ରିୟା ଆସିଛି, ଯାହାକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ସରକାର ତାଙ୍କ ଦେଶରୁ ବାହାର କରିଦେବା ଉଚିତ୍ ବୋଲି ସେ କହିଛନ୍ତି।

Related story