ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆଜିଠୁ ଆରମ୍ଭ ହୋଇଛି। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରୁଛି। ଦକ୍ଷିଣ ଆଫ୍ରିକା ପୁଣି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି। ମୋହାଲି ଟେଷ୍ଟରେ ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଟିମକୁ ୧୦୮ରନରେ ହରାଇଥିଲା ଟିମ୍ ଇଣ୍ଡିଆ। ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜରେ ଆଗୁଆ ରହିବା ପାଇଁ ଚେଷ୍ଟା କରିବ। ସେହିପରି ଦକ୍ଷିଣ […]

cricket

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 11:12 AM IST

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆଜିଠୁ ଆରମ୍ଭ ହୋଇଛି। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରୁଛି। ଦକ୍ଷିଣ ଆଫ୍ରିକା ପୁଣି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି। ମୋହାଲି ଟେଷ୍ଟରେ ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଟିମକୁ ୧୦୮ରନରେ ହରାଇଥିଲା ଟିମ୍ ଇଣ୍ଡିଆ। ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜରେ ଆଗୁଆ ରହିବା ପାଇଁ ଚେଷ୍ଟା କରିବ। ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି।

Related story