ଜଗତସିଂହପୁର: ବାଣ କାରଖାନାରେ ବିସ୍ଫୋରଣ, ମା’ ଓ ଝିଅ ଜୀବନ୍ତଦଗ୍ଧ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣ୍ଟି ଗାଁରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁଇ ଜଣ ମା’ ଓ ଝିଅ। ସେମାନଙ୍କ ନାଁ ଝାନସୀରାଣୀ ବିଶ୍ୱାଳ ଓ ଝରଣା। ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏହା ସହିତ ୩ ବଖରା ଘର ଭୁଶୁଡ଼ି ପଡ଼ିଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି। ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୩ଟା […]

explosition in jagatshingpur

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 07:01 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣ୍ଟି ଗାଁରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁଇ ଜଣ ମା’ ଓ ଝିଅ। ସେମାନଙ୍କ ନାଁ ଝାନସୀରାଣୀ ବିଶ୍ୱାଳ ଓ ଝରଣା। ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏହା ସହିତ ୩ ବଖରା ଘର ଭୁଶୁଡ଼ି ପଡ଼ିଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।

ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୩ଟା ବେଳେ ଗାଁର ନରେନ୍ଦ୍ର ବିଶ୍ୱାଳ ଘରେ ଜୋରରେ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ହିଁ ନରେନ୍ଦ୍ରଙ୍କ ପତ୍ନୀ ଝାନସୀରାଣୀ ଓ ୧୮ ବର୍ଷୀୟ ଝିଅ ଝରଣାଙ୍କ ମୃତ୍ୟୁ ଘଟିଥିଲା। ତେବେ ନରେନ୍ଦ୍ର ବର୍ତ୍ତି ଯାଇଛନ୍ତି। ମା’ଝିଅ ବାଣ ଭିଡ଼ୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।

ଏହି ବାଣ କାରଖାନାଟି ପଞ୍ଜୀକୃତ ନା ବେଆଇନ ଭାବେ ଚାଲିଥିଲା ତାହା ପୋଲିସ୍ ତଦନ୍ତ ପରେ ଜଣାପଡ଼ିବ। ତେବେ ଏହି ଘଟଣା ପରେ ଗାଁରେ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି।

Related story