ଆସନ୍ତାକାଲି ଜେଇଇ ମେନ୍‌ ପରୀକ୍ଷା, ଦେଶରେ ପରୀକ୍ଷା ଦେବେ ୧୩ ଲକ୍ଷ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡ୍‌ମିଶନ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ ଆସନ୍ତାକାଲି ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପାଇଁ ସିବିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ଦୁଇଟି ସିଟିଂରେ ହେବ। ଏଥିପାଇଁ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି। ସକାଳ ସାଢେ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ପହଞ୍ଚିବାକୁ କୁହାଯାଇଛି। ଏଥର ରାଜ୍ୟର ୯ଟି ସହରରେ ୭୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ରାଜଧାନୀ […]

ojee student

Rakesh Mallick
  • Published: Saturday, 02 April 2016
  • , Updated: 03 April 2016, 02:32 AM IST

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡ୍‌ମିଶନ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ ଆସନ୍ତାକାଲି ଅନୁଷ୍ଠିତ ହେବ।

ପରୀକ୍ଷା ପରିଚାଳନା ପାଇଁ ସିବିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ଦୁଇଟି ସିଟିଂରେ ହେବ। ଏଥିପାଇଁ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି। ସକାଳ ସାଢେ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ପହଞ୍ଚିବାକୁ କୁହାଯାଇଛି। ଏଥର ରାଜ୍ୟର ୯ଟି ସହରରେ ୭୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୨୧ଟି ପରୀକ୍ଷା କେନ୍ଦ୍ର ରହିଛି।

ସାରା ଦେଶରୁ ୧୩ ଲକ୍ଷ ପରୀକ୍ଷାର୍ଥୀ ଥିବା ବେଳେ ଓଡ଼ିଶାରୁ ୪୮ ହଜାର ପିଲା ପରୀକ୍ଷା ଦେବେ। ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି, ଏନ୍‌ଆଇଟି, ଟ୍ରିପଲ ଆଇଟି ସମେତ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜ୍‌ରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍‌ ଦେବାକୁ ହେବ। ସେହିପରି ଏଥର ପ୍ରଥମଥର ପାଇଁ ସିବିଏସ୍‌ଇ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ଜାରି କରାଯାଇଛି। ଛାତ୍ରଛାତ୍ରୀ ହଲ୍‌କୁ ପେନ୍‌ ଓ ପେନ୍‌ସିଲ୍‌ ନେଇପାରିବେ ନାହିଁ। ସେହିପରି ସବୁ କେନ୍ଦ୍ରରେ ଜାମର ଲାଗିବା ସହ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ରହିବ। ସିବିଏସ୍‌ଇ କର୍ତ୍ତୃପକ୍ଷ ପିଲାଙ୍କୁ କଲମ ଯୋଗାଇବେ। ସେହିପରି ଛାତ୍ରଛାତ୍ରୀ ଘଣ୍ଟା ମଧ୍ୟ ପିନ୍ଧି ପାରିବେ ନାହିଁ କି ସାଙ୍ଗରେ ମୋବାଇଲ୍  ଫୋନ୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ନେଇପାରିବେ ନାହିଁ।

Related story