ଜୋର ଧରିଲା ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: ଆସନ୍ତାକାଲି କଟକରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ/ଭୁବନେଶ୍ୱର: ଓଡିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଜୋର ଧରିବାରେ ଲାଗିଛି ଆନ୍ଦୋଳନ। ଏହି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ଭୁବନେଶ୍ୱର ସ୍ୟାଟ୍ ବାର୍ ଆସୋସିଏଶନ କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇବା ସହ କଳ୍ପନା ଛକରେ ରାସ୍ତା ଅବରୋଧ କରିଥିଲେ। ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆସୋସିଏଶନ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଭୁବନେଶ୍ୱର ସ୍ୟାଟ୍ ବାର ଓକିଲ ସଂଘ ଏବଂ ଭୁବନେଶ୍ୱର ବାର୍ ଆସୋସିଏଶନର ଏକ […]

vlcsnap-2015-09-15-12h36m05s482

Rakesh Mallick
  • Published: Tuesday, 15 September 2015
  • , Updated: 16 September 2015, 01:47 AM IST

କଟକ/ଭୁବନେଶ୍ୱର: ଓଡିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଜୋର ଧରିବାରେ ଲାଗିଛି ଆନ୍ଦୋଳନ। ଏହି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ଭୁବନେଶ୍ୱର ସ୍ୟାଟ୍ ବାର୍ ଆସୋସିଏଶନ କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇବା ସହ କଳ୍ପନା ଛକରେ ରାସ୍ତା ଅବରୋଧ କରିଥିଲେ। ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆସୋସିଏଶନ୍ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେପଟେ ଭୁବନେଶ୍ୱର ସ୍ୟାଟ୍ ବାର ଓକିଲ ସଂଘ ଏବଂ ଭୁବନେଶ୍ୱର ବାର୍ ଆସୋସିଏଶନର ଏକ ଟିମ୍ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆସନ୍ତା ମଙ୍ଗଳବାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଯିବ। ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଏ ସଂପର୍କରେ ଅବଗତ କରାଯିବ ବୋଲି ଭୁବନେଶ୍ୱର ସ୍ୟାଟ୍ ବାର୍ ଆସୋସିଏଶନ ସଭାପତି କହିଛନ୍ତି।

ଅନ୍ୟପକ୍ଷରେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର ପ୍ରତିବାଦରେ କଟକରେ ମଧ୍ୟ ଜୋର ଧରିଛି ଆନ୍ଦୋଳନ। ଆସନ୍ତାକାଲି ହାଇକୋର୍ଟ ବାର୍ ସମେତ କଟକର ସମସ୍ତ ବାର୍ ଆସୋସିଏଶନର କର୍ମକର୍ତ୍ତା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପରେ ଆନ୍ଦୋଳନର ରୂପରେଖ ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।  ଆଜି ଅନୁଷ୍ଠିତ ବୈଠକରେ କଟକର ସମସ୍ତ ନିମ୍ନ ଅଦାଲତର ଓକିଲଙ୍କ ସମେତ ହାଇକୋର୍ଟ ବାର୍ ଆସୋସିଏଶନ ଓ ଭୁବନେଶ୍ୱର ସ୍ୟାଟ୍ ବାର ଆସୋସିଏଶନ କର୍ମକର୍ତ୍ତା ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ଓଡିଶାରେ ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା ହେବା ପରଠାରୁ ୨ଲକ୍ଷ ୬୬ ହଜାର ୯ଶହ ୧୧ଟି ମାମଲା ପଞ୍ଜୀକୃତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୮ହଜାର ୬ଶହ ୭୬ଟି ମାମଲା ଶୁଣାଣି ଶେଷ ହୋଇଛି ଓ ୫୮ହଜାର ୨ଶହ ୩୪ଟି ମାମଲା ପେଣ୍ଡିଂ ରହିଛି। ବର୍ତ୍ତମାନ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେଲେ ଏହି ବୋଝ ହାଇକୋର୍ଟ ଉପରେ ପଡିବ। ହାଇକୋର୍ଟରେ ୨୦୧୪ ଡିସେମ୍ୱର ସୁଦ୍ଧା ୧ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଫଇସଲା ନ ହୋଇ ପଡି ରହିଛି। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ବାର ଆସୋସିଏଶନଗୁଡିକ ପକ୍ଦାଷରୁ ଅଭିଯୋଗ କରାଯାଇଛି ।

Related story