କେଜ୍ରିୱାଲ୍‌ଙ୍କୁ ଧକ୍କା: ୨୧ ସଂସଦୀୟ ସଚିବଙ୍କ ନିଯୁକ୍ତି ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ୨୧ ବିଧାୟକଙ୍କୁ ସଂସଦୀୟ ସଚିବ ନିଯୁକ୍ତି କରିବା ମାମଲାରେ କେଜ୍ରିୱାଲ୍‌ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି।  ଆଜି ଦିଲ୍ଲୀ ହାଇକୋର୍ଟ ୨୧ ସଂସଦୀୟ ସଚିବଙ୍କ ନିଯୁକ୍ତିକୁ ରଦ୍ଦ  କରି ଦେଇଛନ୍ତି।  ସୂଚନାଯୋଗ୍ୟ, ଦିଲ୍ଲୀ ସରକାର ୧୩ ମାର୍ଚ୍ଚ ୨୦୧୫ରେ ଦଳର ୨୧ ବିଧାୟକଙ୍କୁ ସଂସଦୀୟ ସଚିବ କରିଥିଲେ। ଯାହା କୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା। ଏହାପୂର୍ବରୁ ଦିଲ୍ଲୀ ସରକାର ଦ୍ୱାରା ୨୧ ବିଧାୟକଙ୍କୁ ସଂସଦୀୟ ସଚିବ କରାଯାଇଥିବା ମାମଲା ଉପରେ କେନ୍ଦ୍ର ସରକାର […]

new-delhi

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 02:28 PM IST

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ୨୧ ବିଧାୟକଙ୍କୁ ସଂସଦୀୟ ସଚିବ ନିଯୁକ୍ତି କରିବା ମାମଲାରେ କେଜ୍ରିୱାଲ୍‌ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି।  ଆଜି ଦିଲ୍ଲୀ ହାଇକୋର୍ଟ ୨୧ ସଂସଦୀୟ ସଚିବଙ୍କ ନିଯୁକ୍ତିକୁ ରଦ୍ଦ  କରି ଦେଇଛନ୍ତି।

 ସୂଚନାଯୋଗ୍ୟ, ଦିଲ୍ଲୀ ସରକାର ୧୩ ମାର୍ଚ୍ଚ ୨୦୧୫ରେ ଦଳର ୨୧ ବିଧାୟକଙ୍କୁ ସଂସଦୀୟ ସଚିବ କରିଥିଲେ। ଯାହା କୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା।

ଏହାପୂର୍ବରୁ ଦିଲ୍ଲୀ ସରକାର ଦ୍ୱାରା ୨୧ ବିଧାୟକଙ୍କୁ ସଂସଦୀୟ ସଚିବ କରାଯାଇଥିବା ମାମଲା ଉପରେ କେନ୍ଦ୍ର ସରକାର କୋର୍ଟଙ୍କ ସପକ୍ଷରେ ମତ ସ୍ପଷ୍ଟ କରିଥିଲେ। ଆଇନ ଅନୁସାରେ  ଦିଲ୍ଲୀରେ  ୨୧ ସଂସଦୀୟ ସଚିବର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର କହିଥିଲା।

Related story