ଭୁବନେଶ୍ୱର: ରାଜ୍ୟରେ ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ୧୦ ଜଣିଆ କେନ୍ଦ୍ରୀୟ ଟିମ। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର। କୃଷି ମନ୍ତ୍ରାଳୟର ଯୁଗ୍ମସଚିବ କେ. ଶ୍ରୀନିବାସଙ୍କ ନେତୃତ୍ୱରେ ଏହି ଟିମ ଓଡ଼ିଶା ଆସୁଛନ୍ତି। ସେମାନେ ୩ ଓ ୪ ତାରିଖ ଦୁଇଦିନ ଧରି ପଶ୍ଚିମ ଓଡ଼ିଶାର ନୂଆପଡା, ବଲାଙ୍ଗିର, କଳାହାଣ୍ଡି ଓ ବରଗଡ ଜିଲ୍ଲାର ବିଭିନ୍ନ ମରୁଡି ଅଞ୍ଚଳକୁ ହେଲିକପ୍ଟରରେ ଗସ୍ତ କରିବେ।
ଏହାସହ ୫ ତାରିଖରେ ଟିମ୍ ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଅକ୍ଟୋବର ୭ ଓ ୮ ତାରିଖରେ କେନ୍ଦ୍ରୀୟ ଟିମ୍ ମରୁଡି ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ।