ସ୍ୱାମୀ-ସ୍ତ୍ରୀଙ୍କ କଳହର କାରଣ ହୋଇପାରେ ଦର୍ପଣ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଚୀନ କାଳରୁ ହିଁ ମାନବ ସଭ୍ୟତାରେ ଦର୍ପଣ ବା ଆଇନାର ବ୍ୟବହାର ହୋଇଆସୁଛି। ଦର୍ପଣ ବ୍ୟକ୍ତିର ଜୀବନକୁ ଅନେକ ଢ଼ଙ୍ଗରେ ପ୍ରଭାବିତ କରିଥାଏ। ଗୋଟିଏ ପଟେ ଏହାର ବ୍ୟବହାର ସଜବାଜ ହେବା ପାଇଁ କରାଯାଉଥିବା ସମୟରେ ଅନ୍ୟପଟେ ଏହାକୁ ଠିକ୍‌ ସ୍ଥାନରେ ନ ରଖିଲେ ଆପଣଙ୍କ ଜୀବନ ଅସୁନ୍ଦର ହୋଇଯିବାର କଥା ରହିଛି। ବାସ୍ତୁଶାସ୍ତ୍ରରେ ଦର୍ପଣକୁ ଏକ ପ୍ରମୁଖ ସ୍ଥାନ ଦିଆଯାଇଛି। ଏହାକୁ ରଖିବାର ସଠିକ୍‌ ସ୍ଥାନ ଓ ଦିଗ ରହିଛି। ଆସନ୍ତୁ […]

mirror

Puspanjali Panda
  • Published: Thursday, 28 February 2019
  • , Updated: 28 February 2019, 10:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଚୀନ କାଳରୁ ହିଁ ମାନବ ସଭ୍ୟତାରେ ଦର୍ପଣ ବା ଆଇନାର ବ୍ୟବହାର ହୋଇଆସୁଛି। ଦର୍ପଣ ବ୍ୟକ୍ତିର ଜୀବନକୁ ଅନେକ ଢ଼ଙ୍ଗରେ ପ୍ରଭାବିତ କରିଥାଏ।

ଗୋଟିଏ ପଟେ ଏହାର ବ୍ୟବହାର ସଜବାଜ ହେବା ପାଇଁ କରାଯାଉଥିବା ସମୟରେ ଅନ୍ୟପଟେ ଏହାକୁ ଠିକ୍‌ ସ୍ଥାନରେ ନ ରଖିଲେ ଆପଣଙ୍କ ଜୀବନ ଅସୁନ୍ଦର ହୋଇଯିବାର କଥା ରହିଛି।

ବାସ୍ତୁଶାସ୍ତ୍ରରେ ଦର୍ପଣକୁ ଏକ ପ୍ରମୁଖ ସ୍ଥାନ ଦିଆଯାଇଛି। ଏହାକୁ ରଖିବାର ସଠିକ୍‌ ସ୍ଥାନ ଓ ଦିଗ ରହିଛି।
ଆସନ୍ତୁ ଜାଣିବା ଘରେ ଦର୍ପଣ ରଖିବାର ସଠିକ୍‌ ଦିଗ ବିଷୟରେ।

୧- ଯଦି ଆପଣଙ୍କ ଘରେ ଉତ୍ତର ଦିଗରେ ଦର୍ପଣ ରହିଛି, ତେବେ ଆପଣଙ୍କର ଆର୍ଥିକ ସମୃଦ୍ଧି ହୋଇଥାଏ। ସେହିପରି ଉତ୍ତର-ପୂର୍ବ ଓ ପୂର୍ବ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟଙ୍କର ଉନ୍ନତି ହେବା ସହିତ ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିଥାଏ।

୨- ଦକ୍ଷିଣ ଦିଗରେ ଦର୍ପଣ ରହିଲେ ଘରର ସଦସ୍ୟ ଅସୁସ୍ଥ ହୋଇଥାନ୍ତି। ସେହିପରି ଆପଣଙ୍କ ଘରେ ଯଦି ଦକ୍ଷିଣ-ପୂର୍ବ ଦିଗରେ ଦର୍ପଣ ରହିଛି, ତେବେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ କଳହ ସୃଷ୍ଟି ହୋଇପାରେ।

୩- ପଶ୍ଚିମ ଦିଗଗରେ ଦର୍ପଣ ଲଗାଇଲେ ଆପଣ ଦିନକୁ ଦିନ ଅଳସୁଆ ହୋଇଥାନ୍ତି।

୪- ମନେ ରଖନ୍ତୁ ରାତିରେ ଶୋଇବା ସମୟରେ ଦର୍ପଣରେ ଯେପରି ଆପଣଙ୍କ ଖଟ ପ୍ରତିଫଳିତ ନହୁଏ।ଏପରି ହେବା ଦ୍ୱାରା ଘରର ମୁଖିଆଙ୍କର ଦେହ ଅସୁସ୍ଥ ରହିଥାଏ ଏବଂ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ।

 

Related story