ମନୁଷ୍ୟକୃତ ବନ୍ୟା: ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାଯୁକ୍ତଙ୍କ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଅଗଷ୍ଟ ମାସରେ ଯାଜପୁରର ଧର୍ମଶାଳା ବ୍ଲକର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ଯୋଗୁ ହଜାର ହଜାର ଲୋକ ପ୍ରଭାବିତ ହେବା ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ମୋଟ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ସେମାନଙ୍କୁ ୬ସପ୍ତାହ ମଧ୍ୟରେ ଲିଖିତ ଭାବେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଧର୍ମଶାଳାରେ ବହୁଚର୍ଚ୍ଚିତ ମାମୁଁ-ଭଣଜା ଘାଇ ସମ୍ପର୍କରେ ସର୍ବେଶ୍ୱର ବେଉରା ନାମକ ଜଣେ ବ୍ୟକ୍ତି ସେପ୍ଟେମ୍ବର ୮ତାରିଖରେ ଲୋକାୟୁକ୍ତଙ୍କ […]

prabnab

Ranjit Kumar Jena
  • Published: Wednesday, 21 October 2020
  • , Updated: 21 October 2020, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଅଗଷ୍ଟ ମାସରେ ଯାଜପୁରର ଧର୍ମଶାଳା ବ୍ଲକର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ଯୋଗୁ ହଜାର ହଜାର ଲୋକ ପ୍ରଭାବିତ ହେବା ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ମୋଟ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ସେମାନଙ୍କୁ ୬ସପ୍ତାହ ମଧ୍ୟରେ ଲିଖିତ ଭାବେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଧର୍ମଶାଳାରେ ବହୁଚର୍ଚ୍ଚିତ ମାମୁଁ-ଭଣଜା ଘାଇ ସମ୍ପର୍କରେ ସର୍ବେଶ୍ୱର ବେଉରା ନାମକ ଜଣେ ବ୍ୟକ୍ତି ସେପ୍ଟେମ୍ବର ୮ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଲୋକାୟୁକ୍ତ ଅକ୍ଟୋବର ୧୫ତାରିଖରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ତାଙ୍କ ମାମୁଁ ତଥା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନରେନ୍ ଜେନା, ଯାଜପୁର ଜିଲ୍ଲାପାଳ, ପାଣିକୋଇଲି ଡିଭିଜନର ନିର୍ବାହୀ ଯନ୍ତ୍ରୀ, ଜାରକା ଜଳସେଚନ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ ଓ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ସମସ୍ତ ବ୍ୟକ୍ତିଙ୍କୁ ୬ସପ୍ତାହ ମଧ୍ୟରେ ଲିଖିତ ଭାବେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୩ତାରିଖରେ କରିବା ନିମନ୍ତେ ଲୋକାୟୁକ୍ତ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଧର୍ମଶାଳା ବ୍ଲକରେ କେଲୁଅ ନଦୀରେ ଜଳସ୍ତର ବଢ଼ିବାପରେ ସଦ୍ୟ ନିର୍ମିତ ହୋଇଥିବା ଏକ ସୁଦୃଢ଼ ନଦୀବନ୍ଧକୁ କେହି ଦୁବୃର୍ତ୍ତ ଭାଙ୍ଗି ଦେଇଥିଲେ। ଯେଉଁଥିପାଇଁ ୬ଟି ପଂଚାୟତର ହଜାର ହଜାର ଲୋକଙ୍କୁ ବନ୍ୟାଜଳ ଭିତରେ ଦୁଃଖଦୁର୍ଦ୍ଦଶା ମଧ୍ୟରେ ରହିବାକୁ ପଡ଼ିଥିଲା।

ଏହି ନଦୀବନ୍ଧ ନିର୍ମାଣର ଠିକା କାର୍ଯ୍ୟ ସବୁ ସମୟରେ ଧର୍ମଶାଳା ବିଧାୟକ, ତାଙ୍କ ମାମୁଁ ଓ ସେମାନଙ୍କ ଘନିଷ୍ଠ ସହଯୋଗୀମାନେ କରୁଥିବାରୁ ଜାଣିଶୁଣି ଠିକା କାର୍ଯ୍ୟ କରିବା ନିମନ୍ତେ ନଦୀ ବନ୍ଧକୁ ଭଙ୍ଗା ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଯାହା ଆଧାରରେ ଶ୍ରୀ ବେଉରା ଲୋକାୟୁକ୍ତଙ୍କ ପାଖରେ ଏକ ପିଟିସନ୍ ଦାଖଲ କରି ନ୍ୟାୟ ଲୋଡ଼ିଥିଲେ।

Related story