ଲୁଟେରାଙ୍କ ଗୁଳିମାଡ଼ରେ ସ୍ୱାମୀ ମୃତ, ପତ୍ନୀ ଆହତ

ପୁରୀ/କଟକ: ଭୁବନେଶ୍ୱର-ପୁରୀ ରାସ୍ତାର ସାତଶଙ୍ଖଠାରେ ଲୁଟେରାଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ବାଘଛାଇର ମନୋରଞ୍ଜନ ବେହେରା। ମନୋରଞ୍ଜନଙ୍କ ପତ୍ନୀ ରେଣୁବାଳାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମନୋରଞ୍ଜନ ଏବଂ ରେଣୁବାଳା ଏକ ବାଇକ୍‌ରେ ଆଜି ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁଇଜଣ ଲୁଟେରା ରେଣୁବାଳାଙ୍କ ବେକରୁ ସୁନାଚେନ ଛଡାଇବାକୁ ଚେଷ୍ଟା କରିଥିଲେ। ରେଣୁବାଳା ବାଧା […]

puri

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 09:55 PM IST

ପୁରୀ/କଟକ: ଭୁବନେଶ୍ୱର-ପୁରୀ ରାସ୍ତାର ସାତଶଙ୍ଖଠାରେ ଲୁଟେରାଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ବାଘଛାଇର ମନୋରଞ୍ଜନ ବେହେରା। ମନୋରଞ୍ଜନଙ୍କ ପତ୍ନୀ ରେଣୁବାଳାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମନୋରଞ୍ଜନ ଏବଂ ରେଣୁବାଳା ଏକ ବାଇକ୍‌ରେ ଆଜି ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁଇଜଣ ଲୁଟେରା ରେଣୁବାଳାଙ୍କ ବେକରୁ ସୁନାଚେନ ଛଡାଇବାକୁ ଚେଷ୍ଟା କରିଥିଲେ। ରେଣୁବାଳା ବାଧା ଦେବାରୁ ସେମାନେ ତାଙ୍କୁ ବାଇକରୁ ଠେଲି ଦେଇଥିଲେ। ବାଇକ୍‌ରୁ ପଡିଯିବା ପରେ ସେମାନେ ଦମ୍ପତିଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ଗୋଟିଏ ଗୁଳି ମନୋରଞ୍ଜଙ୍କ ଛାତିରେ ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଳି ମାରିବା ପରେ ଲୁଟେରାମାନେ ରେଣୁବାଳାଙ୍କ ଚେନ୍‌ ଓ ଚୁଡି ଲୁଟ କରି ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରେଣୁବାଳା କହିଛନ୍ତି, “ବାଇକ୍‌ରେ ଦୁଇଜଣ ଯୁବକ ଆସି ମୋତେ ଧକ୍କା ମାରିଥିଲେ। ମୁଁ ତଳେ ପଡିଯିବା ପରେ ସେମାନେ ବେକରୁ ଚେନ ଓ ଚୁଡି ଲୁଟି ନେଲେ। ଆମେ ବିରୋଧ କରିବାରୁ ସେମାନେ ମୋ ସ୍ୱାମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।”

ସେହିପରି କଟକ-ନିଆଳି ରାସ୍ତାର ସୁନ୍ଦର ଗାଁ ନିକଟରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଯୁବକ ଜଣକ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାରଧର କରିଥିଲେ। ଏ ନେଇ ଓଲଟପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଜଣେ ଲୁଟେରାକୁ ଗିରଫ କରିବା ସହ ତା’ ନିକଟରୁ ଏକ ବାଇକ, ବୋମା ଓ ପିସ୍ତଲ ଜବତ କରିଛି।

Related story