ମହିଳାଙ୍କ ଆତ୍ମହତ୍ୟା ଘଟଣା: ପୋଲିସ-ଜନତା ସଂଘର୍ଷ, ୨୪ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାରେ ଜଣେ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ-ଜନତା ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ପ୍ରାୟ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ପୋଲିସ ୨୪ଜଣଙ୍କୁ ଗିରଫ କରିଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଏସ୍ଆଇ, ଖୁଣ୍ଟା ଥାନା ଓଆଇସି ଏବଂ କିଛି କନଷ୍ଟେବଳ ଆହତ ହୋଇଛନ୍ତି। ସେପଟେ ପୋଲିସ ମହିଳାଙ୍କ ଆତ୍ମହତ୍ୟାର କାରଣକୁ ନେଇ ଖୋଳତାଡ଼ ଜାରି ରଖିଛି। ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ଦେଗେ ମାରାଣ୍ଡି ନାମକ ଜଣେ ମହିଳା […]

baripada

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 10:33 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାରେ ଜଣେ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ-ଜନତା ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ପ୍ରାୟ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ପୋଲିସ ୨୪ଜଣଙ୍କୁ ଗିରଫ କରିଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଏସ୍ଆଇ, ଖୁଣ୍ଟା ଥାନା ଓଆଇସି ଏବଂ କିଛି କନଷ୍ଟେବଳ ଆହତ ହୋଇଛନ୍ତି। ସେପଟେ ପୋଲିସ ମହିଳାଙ୍କ ଆତ୍ମହତ୍ୟାର କାରଣକୁ ନେଇ ଖୋଳତାଡ଼ ଜାରି ରଖିଛି।

ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ଦେଗେ ମାରାଣ୍ଡି ନାମକ ଜଣେ ମହିଳା ଆତ୍ମହତ୍ୟା କରିଥିଲେ। ଖୁଣ୍ଟା ଥାନାଠାରୁ କିଛି ଦୂରରେ ଏକ ଗଛରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ପରିବାର ଲୋକଙ୍କ ସହ ଗାଁ ଲୋକେ ଅଭିଯୋଗ କରି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଓ କ୍ଷତିପୂରଣ ପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ତେବେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କିଛି ଗ୍ରାମବାସୀ ଥାନାକୁ ଆସି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏପରି କି ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିଥିଲେ ।

Related story