ଚଳିତ ବର୍ଷର ପ୍ରମୁଖ ରେଳ ଦୁର୍ଘଟଣା; କେଉଁଠି ଲାଇନ୍‌ଚ୍ୟୁତ ତ କେଉଁଠି ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ: ଅନେକ ସଚେତନତା ଓ ସତର୍କତା ସତ୍ତ୍ୱେ ପ୍ରତିବର୍ଷ ଆମ ଦେଶରେ ରେଳ ଦୁର୍ଘଟଣା ଘଟୁଛି। ଫଳରେ ଅନେକ ଅମୂଲ୍ୟ ଜୀବନ କ୍ଷଣିକ ମଧ୍ୟରେ ଝଡ଼ି ଯାଉଛି। ଏହାସହିତ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି। ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ୍ ଗତକାଲି ମୁଜାଫରନଗର ଖତୌଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଏହା ଚଳିତ ବର୍ଷର […]

accident

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 01:59 PM IST

ନୂଆଦିଲ୍ଲୀ: ଅନେକ ସଚେତନତା ଓ ସତର୍କତା ସତ୍ତ୍ୱେ ପ୍ରତିବର୍ଷ ଆମ ଦେଶରେ ରେଳ ଦୁର୍ଘଟଣା ଘଟୁଛି। ଫଳରେ ଅନେକ ଅମୂଲ୍ୟ ଜୀବନ କ୍ଷଣିକ ମଧ୍ୟରେ ଝଡ଼ି ଯାଉଛି। ଏହାସହିତ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି।

ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ୍ ଗତକାଲି ମୁଜାଫରନଗର ଖତୌଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ତେବେ ଏହା ଚଳିତ ବର୍ଷର ପ୍ରଥମ ରେଳ ଦୁର୍ଘଟଣା ନୁହେଁ। ଏହାପୂର୍ବରୁ ଅନେକ ସ୍ଥାନରେ ରେଳ ଦୁର୍ଘଟଣା ଘଟି ବହୁମୂଲ୍ୟ ଜୀବନ ଯାଇଛି। ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ କେଉଁ ମାସରେ ଘଟିଥିଲା ରେଳ ଦୁର୍ଘଟଣା।

ଜାନୁଆରୀ ୨୨

ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯିବାରୁ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବଳେ ୩୬ ଜଣ ଆହତ ହୋଇଥିଲେ।

ଫେବୃଆରୀ ୨୦

ଦିଲ୍ଲୀ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍‌ ଉତ୍ତରପ୍ରଦେଶର ଟୁଣ୍ଡଲା ଜଙ୍କସନ୍‌ରେ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଏକ ମାଲବାହୀ ଟ୍ରେନ୍‌ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୩ଟି ବଗି ଓ ଇଞ୍ଜନ୍‌ ଧାରଣାରୁ ବାହାରି ଯାଇଥିଲା।

ମାର୍ଚ୍ଚ ୩

ଭୋପାଳ-ଉଜ୍ଜେନ ପାସେଞ୍ଜର ଟ୍ରେନ୍‌ରେ ବିସ୍ଫୋରଣ ଘଟିଥିଲା। ଆତଙ୍କବାଦୀମାନେ ଏହି ବିସ୍ଫୋରଣ କରିଥିଲେ ବୋଲି କୁହାଯାଉଛି। କାଲାପୀପଲ ଓ ସିହୋର ରେଳ ଷ୍ଟେସନ ମଧ୍ୟରେ ଥିବା ଜବ୍‌ଦୀ ଷ୍ଟେସନ ନିକଟରେ ବିସ୍ଫୋରଣ ହୋଇଥିଲା।  ଏଥିରେ ଆଠ ଜଣ ଆହତ ହୋଇଥିଲେ। ମଧ୍ୟପ୍ରଦେଶ ସରକାର ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ।

ମାର୍ଚ୍ଚ ୧୭

ବେଙ୍ଗାଲୁରୁର ଚିତ୍ରାଦୁର୍ଗା ଜିଲ୍ଲାରେ ଏକ ଆମ୍ୱୁଲାନ୍ସ ଜଗୁଆଳି ବିହୀନ ଲେବୁଲ କ୍ରସିଂ ପାର ହେବା ସମୟରେ ଟ୍ରେନ୍‌ଟି ଏହାକୁ ପଛ ପଟୁ  ଧକ୍କା ଦେବାରୁ  ୪ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ଏପ୍ରିଲ ୯

ପଶ୍ଚିମବଙ୍ଗର ହାୱଡା-ଖଡ଼ଗପୁରର ଖଣ୍ଡ ଠାରେ ଏକ ମାଲଗାଡିର ଇଞ୍ଜିନ୍ ଧାରଣାରୁ ବାହାରି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ।

ଏପ୍ରିଲ ୧୫

ମେରଠରୁ ଲକ୍ଷ୍ମୌ ଯାଉଥିବା ରାଜ୍ୟ ରାଣୀ ଇଣ୍ଟରସିଟି ଏକ୍ସପ୍ରେସ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ରାମପୁରରେ କୋସୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

ଏପ୍ରିଲ ୨୩

ବିହାରରେ ସହରସା-ପାଟନା ରାଜ୍ୟ ରାଣୀ ଏକ୍ସପ୍ରେସ୍‌ର ଦୁଇଟି ବଗି ଏକ ରେଳ ଷ୍ଟେସନ ନିକଟରେ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନଥିଲେ।

ମେ ୨୧

ଉନ୍ନାଓ ରେଳ ଷ୍ଟେସନରେ ଲୋକମାନ୍ୟ ତିଲକ ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଆଠଟି ବଗି ଧାରଣାରୁ ବାହାରି ଯାଇଥିଲା।

Related story