ଖଣି ବିଭାଗକୁ ରାଜସ୍ୱ ଚିନ୍ତା: ତିନି ମାସରେ ଅଢେ଼ଇ ହଜାର କୋଟିର ଟାର୍ଗେଟ

ଭୁବନେଶ୍ୱର: ରାଜସ୍ୱ ଆଦାୟକୁ ନେଇ ଚିନ୍ତାରେ ପଡ଼ି ଯାଇଛି ରାଜ୍ୟ ଖଣିଜ ବିଭାଗ।୨୦୧୫-୧୬ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ଟାର୍ଗେଟ୍ ଥିଲା ୬ ହଜାର କୋଟି ଟଙ୍କା। ଗତ ୯ ମାସରେ ଖଣି ରାଜସ୍ୱ ବାବଦକୁ ଆଦାୟ ହୋଇଛି ପ୍ରାୟ ୩ ହଜାର ୬ଶହ ୫୦କୋଟି ଟଙ୍କ।। ଆଉ ୩ ମାସରେ ଆଦାୟ କରିବାକୁ ପଡ଼ିବ ୨ ହଜାର ୩୫୦ କୋଟି ଟଙ୍କ।। ଏହି ଟାର୍ଗେଟ୍ ହାସଲ କରିବା ପାଇଁ ସୋମବାର ମୁଖ୍ୟ ଶାସନ ସଚିବ ଖଣି […]

khani

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 04:12 PM IST

ଭୁବନେଶ୍ୱର: ରାଜସ୍ୱ ଆଦାୟକୁ ନେଇ ଚିନ୍ତାରେ ପଡ଼ି ଯାଇଛି ରାଜ୍ୟ ଖଣିଜ ବିଭାଗ।୨୦୧୫-୧୬ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ଟାର୍ଗେଟ୍ ଥିଲା ୬ ହଜାର କୋଟି ଟଙ୍କା। ଗତ ୯ ମାସରେ ଖଣି ରାଜସ୍ୱ ବାବଦକୁ ଆଦାୟ ହୋଇଛି ପ୍ରାୟ ୩ ହଜାର ୬ଶହ ୫୦କୋଟି ଟଙ୍କ।। ଆଉ ୩ ମାସରେ ଆଦାୟ କରିବାକୁ ପଡ଼ିବ ୨ ହଜାର ୩୫୦ କୋଟି ଟଙ୍କ।। ଏହି ଟାର୍ଗେଟ୍ ହାସଲ କରିବା ପାଇଁ ସୋମବାର ମୁଖ୍ୟ ଶାସନ ସଚିବ ଖଣି ବିଭାଗକୁ କହିଛନ୍ତି। ଖଣି ଓ ଇସ୍ପାତ ବିଭାଗର ସମୀକ୍ଷା ବେଳେ ସେ ଏହା କହିଥିଲା।

ସମୀକ୍ଷା ବୈଠକ ପରେ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି, ଉତ୍ତୋଳନ ଓ ପରିବହନକୁ ତ୍ୱରାନ୍ୱିତ କରି ଖଣି ରାଜସ୍ୱକୁ ନିର୍ଦ୍ଧାରିତ ସମୟ ସୁଦ୍ଧା ୬ ହଜାର କୋଟିରେ ପହଞ୍ଚାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଖଣି ଓ ଇସ୍ପାତ ବିଭାଗର ସମୀକ୍ଷା ବେଳେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଖଣି ଅଂଚଳରେ ଭୂ ତାତ୍ୱିକ ସର୍ବେକ୍ଷଣକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଥିଲା। ଭୂତାତ୍ୱିକ ସର୍ବେକ୍ଷଣ ସଠିକ ଭାବେ କରି ଜି ଟୁ ଲେଭେଲକୁ ଆଣି ଖୁବଶୀଘ୍ର  ୫ଟି ଲୁହାପଥର ଓ ଅନ୍ୟ କିଛି ବକସାଇଟ ଖଣିର ନିଲାମୀ ପାଇଁ ମୁଖ୍ୟଶାସନ ସଚିବ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ ଖଣିଜ ପଦାର୍ଥ ଉତ୍ପାଦନ ଓ ଚାଲାଣ ଠିକ ଭାବରେ ହେଉ ନ ଥିବାରୁ ରାଜସ୍ୱ ଆଦାୟ  ଟାର୍ଗେଟ ହାସଲ  ସମ୍ଭବ ହୋଇ ନ ପାରେ ବୋଲି ଆଶଙ୍କ। ପ୍ରକାଶ କରିଛି ଖଣି ମାଲିକ ସଂଘ।

ଖଣି ନିଲାମୀକୁ ତ୍ୱାରାନ୍ୱିତ କରିବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ କହିଥିବା ଜଣାପଡିଛି। ଜାନୁୟାରୀ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ଦୁଇଟି ଲାଇମେଷ୍ଟାନ୍ ଖଣିର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ।

Related story