ନୂଆବର୍ଷରୁ ନୂଆ ନିୟମ; ନୀଳକନ୍ଦରକୁ ସ୍ମାର୍ଟ ଫୋନ୍ ମନା

ପୁରୀ(ଓଡ଼ିଶା ରିପୋର୍ଟର): ନୂଆବର୍ଷରୁ ହେବ ନୂଆ ନିୟମ। ନୂଆବର୍ଷ ପହିଲାରୁ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ବ୍ୟବହାର ନିଷିଦ୍ଧ ହେବ। ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀଙ୍କ ସମେତ ପ୍ରଶାସନିକ କର୍ମଚାରୀ ଉପରେ ଏହି ନିଷେଦ୍ଧାଦେଶ ବଳବତ୍ତର କରାଯିବ। ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି […]

srimandir

  • Published: Wednesday, 07 December 2022
  • , Updated: 07 December 2022, 08:41 PM IST

ପୁରୀ(ଓଡ଼ିଶା ରିପୋର୍ଟର): ନୂଆବର୍ଷରୁ ହେବ ନୂଆ ନିୟମ। ନୂଆବର୍ଷ ପହିଲାରୁ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ବ୍ୟବହାର ନିଷିଦ୍ଧ ହେବ। ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀଙ୍କ ସମେତ ପ୍ରଶାସନିକ କର୍ମଚାରୀ ଉପରେ ଏହି ନିଷେଦ୍ଧାଦେଶ ବଳବତ୍ତର କରାଯିବ। ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

କେବଳ ଜରୁରୀ ନୀତି ନିର୍ଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍ ବ୍ୟବହାର କରି ପାରିବେ। ଅନ୍ୟାନ୍ୟ ପ୍ରାଧିକୃତ ଶ୍ରୀମନ୍ଦିର ଅଧିକାରୀ ଓ ସେବାୟତମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ। ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ।

ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ କରାଯିବା ପରେ ଏଭଳି କଟକଣା ନେଇ ସହମତି ପ୍ରକାଶ ପାଇଛି। ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି କଟକଣାକୁ ଅନୁମୋଦନ କରାଯିବ।

ସେହିପରି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତିରେ ରାତ୍ର ୨ଟାରୁ ଦ୍ୱାର ଫିଟା କରାଯାଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସମ୍ପାଦନା ହେବ। ଏହାଛଡା ଆସନ୍ତା ଜାନୁଆରୀ ୬ ତାରିଖ ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବାକୁ ଥିବା ଦେବାଭିଷେକ ନୀତି ନୀର୍ଘଣ୍ଟ ମଧ୍ୟ ଅନୁମୋଦିତ ହୋଇଛି।

ସେହିପରି ସେବାୟତଙ୍କ ଜମିଜମା ସଂପର୍କିତ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, ଆଜି ଦୁଇଟି ବୈଠକ ହୋଇଥିଲା। ଗୋଟିଏ ଛତିଶା ନିଯୋଗ ବୈଠକ ଓ ଅନ୍ୟଟି ନୀତି ସବ୍‌କମିଟି ବୈଠକ। ସେବାୟତ ହୁଅନ୍ତୁ ଅବା ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଆସନ୍ତା ନୂଆବର୍ଷ ଠାରୁ କେହିବି ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ନେବା ତଥା ବ୍ୟବହାର ଉପରେ ନିଷିଦ୍ଧାଦେଶ ଜାରି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

Related story