ଏମ୍ଏ‌ସ୍ଏ‌ମ୍ଇ‌ ସହାୟତା ଓ ସମ୍ପର୍କ ଅଭିଯାନ: ଆସନ୍ତାକାଲି ଓଡ଼ିଶାରେ ଶୁଭାରମ୍ଭ କରିବେ ୩ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) କ୍ଷେତ୍ରରେ ବ୍ୟବସାୟର ଦ୍ରୁତ ଅଭିବୃଦ୍ଧି ଏବଂ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଦେଶର ୧୦୦ଟି ବଛାବଛା ଜିଲ୍ଲାରେ ୧୦୦ଦିନ ପର୍ଯ୍ୟନ୍ତ ଏକ ନୂଆ ଅଭିଯାନ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଥିବାବେଳେ ଓଡ଼ିଶାର କଟକ,ପୁରୀ ଓ ପାରାଦୀପରେ ୩ଜଣ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ଦେଶବ୍ୟାପୀ […]

msw

Manoranjan Sial
  • Published: Thursday, 01 November 2018
  • , Updated: 01 November 2018, 10:51 PM IST

ନୂଆଦିଲ୍ଲୀ: ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) କ୍ଷେତ୍ରରେ ବ୍ୟବସାୟର ଦ୍ରୁତ ଅଭିବୃଦ୍ଧି ଏବଂ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଦେଶର ୧୦୦ଟି ବଛାବଛା ଜିଲ୍ଲାରେ ୧୦୦ଦିନ ପର୍ଯ୍ୟନ୍ତ ଏକ ନୂଆ ଅଭିଯାନ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଥିବାବେଳେ ଓଡ଼ିଶାର କଟକ,ପୁରୀ ଓ ପାରାଦୀପରେ ୩ଜଣ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ।

ଦେଶବ୍ୟାପୀ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ସମସ୍ତ ୧୦୦ଟି ଯାକ ଜିଲ୍ଲାରେ ଉପସ୍ଥିତ ରହିବେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକସ୍ଥିତ ସହିଦ ଭବନ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ପୁରୀ ଟାଉନ ହଲଠାରେ ଓ କେନ୍ଦ୍ର ସଡକ ପରିବହନ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମଣ୍ଡଭିୟା ପାରାଦୀପସ୍ଥିତ ଜୟଦେବ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଉଲ୍ଲେଖଯୋଗ୍ୟ, ପ୍ରତି ଜିଲ୍ଲାରେ ଥିବା ଏମଏସଏମଇ କେନ୍ଦ୍ର ଜରିଆରେ ଏହି ୧୦୦ ଦିନିଆ କାର୍ଯ୍ୟକ୍ରମ ପରିଚା ଳନା କରାଯିବ। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଶୀଘ୍ର ତଥା ସହଜ ଋଣ ଯୋଗାଣ, ଏମଏସଏମଇ କ୍ଷେତ୍ରର ପରିପ୍ରସାର, ଆଇନର ଅନୁପାଳନକୁ ସହଜ କରିବା ଏବଂ ଏହି ଉଦ୍ୟୋଗର କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ସୁବିଧା ତଥା ଔପଚାରିକ ଓ ଜିଏସଟି ପଞ୍ଜୀକରଣରୁ ଲାଭ ପ୍ରଦାନ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମାତ୍ର ୫୯ ମିନିଟରେ ବିନା ସମସ୍ୟାରେ ଏମଏସଏମଇ ଉଦ୍ୟୋଗକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅନଲାଇନ ଋଣ ପ୍ରଦାନ ଲାଗି ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏମଏସଏମଇ ଉଦ୍ୟୋଗ ପାଇଁ ବିଶେଷ ସୁବିଧାମାନ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

Related story