ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଆଉ ଏକ ପଦକ୍ଷେପ: ଆଜି ପଠାଯିବ ପ୍ରଥମ ଟେଲିସ୍କୋପ୍ ଆଷ୍ଟ୍ରୋସାଟ୍

ଶ୍ରୀହରିକୋଟ୍ଟା: ମହାକାଶ ଉପରେ ଅଧିକ ଅଧ୍ୟୟନ ପାଇଁ ଭାରତର ଆଉ ଏକ ପଦକ୍ଷେପ। ମହାକାଶରେ ଥିବା ଦୂର ବସ୍ତୁଗୁଡିକର ଅନୁଧ୍ୟାନ ପାଇଁ ଦେଶର ପ୍ରଥମ ଟେଲିସ୍କୋପ୍ ଆଷ୍ଟ୍ରୋସାଟକୁ ମହାକାଶକୁ ପ୍ରେରଣ କରାଯିବ। ଆଜି ଆନ୍ଧ୍ରପଦେଶର ଶ୍ରୀହରିକୋଟ୍ଟାଠାରେ ଥିବା ମହାକାଶ ଗବେଷଣା କେନ୍ଦ୍ରରୁ ପିଏସ୍ଏଲଭି ରକେଟ୍ ଜରିଆରେ ଆଷ୍ଟ୍ରୋସାଟକୁ ପଠାଯିବ। ଏହାକୁ ପୃଥିବୀ ପୃଷ୍ଠରୁ ୬୫୦ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ଟେଲିସ୍କୋପକୁ ନିର୍ମାଣ […]

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 06:49 AM IST

ଶ୍ରୀହରିକୋଟ୍ଟା: ମହାକାଶ ଉପରେ ଅଧିକ ଅଧ୍ୟୟନ ପାଇଁ ଭାରତର ଆଉ ଏକ ପଦକ୍ଷେପ। ମହାକାଶରେ ଥିବା ଦୂର ବସ୍ତୁଗୁଡିକର ଅନୁଧ୍ୟାନ ପାଇଁ ଦେଶର ପ୍ରଥମ ଟେଲିସ୍କୋପ୍ ଆଷ୍ଟ୍ରୋସାଟକୁ ମହାକାଶକୁ ପ୍ରେରଣ କରାଯିବ। ଆଜି ଆନ୍ଧ୍ରପଦେଶର ଶ୍ରୀହରିକୋଟ୍ଟାଠାରେ ଥିବା ମହାକାଶ ଗବେଷଣା କେନ୍ଦ୍ରରୁ ପିଏସ୍ଏଲଭି ରକେଟ୍ ଜରିଆରେ ଆଷ୍ଟ୍ରୋସାଟକୁ ପଠାଯିବ। ଏହାକୁ ପୃଥିବୀ ପୃଷ୍ଠରୁ ୬୫୦ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ଟେଲିସ୍କୋପକୁ ନିର୍ମାଣ କରିଛି। ଏହା ମହାକାଶରେ ଗ୍ରହ ନକ୍ଷତ୍ରଗୁଡିକର ଗତିବିଧି ଲକ୍ଷ୍ୟ କରିବ। ଅତିକମରେ ଏହା ୫ବର୍ଷ ପର୍ଯ୍ୟନ୍ତ କାମ କରିବ। ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ ଯାହା ଏଭଳି ଟେଲିସ୍କୋପର ବିକାଶ କରିଛି। ତେବେ ପିଏସ୍ଏଲଭି କେବଳ ଆଷ୍ଟ୍ରୋସାଟ ନୁହଁ ଆଉ ୬ଟି ବିଦେଶୀ ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିବ। ଏଥିମଧ୍ୟରୁ ୪ଟି ଉପଗ୍ରହ ହେଉଛି ଆମେରିକାର ଏକ କମ୍ପାନିର। ପ୍ରଥମ ଥର ଲାଗି ଇସ୍ରୋ ଆମେରିକୀୟ ଉପଗ୍ରହକୁ ଉତକ୍ଷେପଣ କରିବ।

Related story