ଦିନକ ପରେ ମୁହଁ ଖୋଲିଲେ ଓଏଏସ ବିଭୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆୟୁଷ ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରାଯାଇଛି।  ୧୬୦ CRPCରେ ମହିଳା ଥାନା ପକ୍ଷରୁ ନୋଟିସ୍ କରାଯିବା ସହ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ । ତେବେ ଆଜି ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ଆୟୁଷ ଓଡିଶାର ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ।  ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ […]

700-1

Tapas Behera
  • Published: Tuesday, 07 July 2020
  • , Updated: 07 July 2020, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆୟୁଷ ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରାଯାଇଛି।  ୧୬୦ CRPCରେ ମହିଳା ଥାନା ପକ୍ଷରୁ ନୋଟିସ୍ କରାଯିବା ସହ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ । ତେବେ ଆଜି ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ଆୟୁଷ ଓଡିଶାର ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ।  ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି । ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ନିଯୁକ୍ତି ବେଆଇନ ଥିବା ନିକଟରେ ଜଣାପଡ଼ିଥିଲା । ସଂପୃକ୍ତ ଯୁବତୀ ଓ ପ୍ରୋଗ୍ରାମ ମ୍ୟାନେଜର ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଆୟୁଷ ନିର୍ଦ୍ଦେଶକ ପାଲଟା ଅଭିଯୋଗ କରିଛନ୍ତି । ତାଙ୍କ ମୋବାଇଲରୁ କୌଣସି କଲ୍ କି ମେସେଜ୍ ଯାଇନି । ଭଏସ୍ କଲ୍ ଓ ମେସେଜକୁ ଫୋରେନସିକ୍ ଲ୍ୟାବ୍ ପଠାଇବାକୁ ଦାବି କରିଛନ୍ତି ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ  ଯଦି ଅଭିଯୋଗ ବିରୋଧରେ ପ୍ରତିପକ୍ଷଙ୍କ ପାଖରେ କିଛି ପ୍ରମାଣ ଥାଏ ତେବେ ତାହାକୁ ବି ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଅଧିକାରୀ ଏକପାଖିଆ ଭଲ ପାଇ ଜଣେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା।  ଅଧିକାରୀ ଜଣକ ଅଶ୍ଳୀଳ ଭିଡିଓ, ଫୋନ୍, ମେସେଜ ପଠାଉଥିଲେ। ଯୁବତୀ ଜଣକ ତାଙ୍କୁ ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ସେ ବାଧ୍ୟ କରୁଥିଲେ।  ଯୁବତୀ ଜଣଙ୍କ କଣ୍ଟ୍ରାକ୍ଚୁଆଲ ଭାବେ ଆୟୁଷରେ କାର୍ଯ୍ୟ କରୁଛନ୍ତି ।

ଯୁବତୀ ଜଣକ ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୮.୦୬.୨୦୨୦ଠାରୁ ଦୈନିକ ଅଶ୍ଲୀଳ ମେସେଜ ପଠାଉଛନ୍ତି। ତା ସହ ନଗ୍ନ ଭିଡିଓ ମଧ୍ୟ ପଠାଉଛନ୍ତି। ହ୍ୱାଟସ୍‌ଆପରେ ବ୍ଲକ କଲେ ଫୋନ୍‌ କରି ଅଶ୍ଲୀଳ କଥା କହୁଛନ୍ତି। ପ୍ରତିବାଦ କଲେ ଚାକିରୀ ନେଇଯିବେ ବୋଲି ଧମକ ଦେଉଥିଲେ।

Related story