ନଟରାଜ୍ ବାହା ହେଲେ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଡ଼ିଆ କ୍ରିକେଟ୍‌ର ନଟରାଜ୍‌ ବେହେରା। ନିଜ ପ୍ରେମିକା ତଥା ବେଙ୍ଗାଲୁରୁରେ କାର୍ଯ୍ୟରତ ଆଇଟି ପ୍ରଫେସନାଲ୍ ଶୁଭଲକ୍ଷ୍ମୀ ଶତପଥୀଙ୍କୁ ସେ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏପ୍ରିଲ୍‌ ୯ ତାରିଖରେ ବେଙ୍ଗାଲୁରୁରେ ତାଙ୍କ ବାହାଘର ହୋଇଥିଲା। ଏ ବାହାଘର ବେଶ୍ ଗୋପନୀୟ ଭାବେ ହୋଇଥିଲା। ପ୍ରାୟତଃ କେହି ତାଙ୍କ ବାହାଘର ବିଷୟରେ ଜାଣି ପାରି ନଥିଲେ। ତେବେ ଏବେ ତାଙ୍କ ବାହାଘରର କିଛି ଭିଡିଓ ଓ ଫଟୋ […]

marriage

marriage

Jitendra Garnayak
  • Published: Thursday, 16 May 2019
  • Updated: 16 May 2019, 12:28 PM IST

Sports

Latest News

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଡ଼ିଆ କ୍ରିକେଟ୍‌ର ନଟରାଜ୍‌ ବେହେରା। ନିଜ ପ୍ରେମିକା ତଥା ବେଙ୍ଗାଲୁରୁରେ କାର୍ଯ୍ୟରତ ଆଇଟି ପ୍ରଫେସନାଲ୍ ଶୁଭଲକ୍ଷ୍ମୀ ଶତପଥୀଙ୍କୁ ସେ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି।

nataraj1ଏପ୍ରିଲ୍‌ ୯ ତାରିଖରେ ବେଙ୍ଗାଲୁରୁରେ ତାଙ୍କ ବାହାଘର ହୋଇଥିଲା। ଏ ବାହାଘର ବେଶ୍ ଗୋପନୀୟ ଭାବେ ହୋଇଥିଲା। ପ୍ରାୟତଃ କେହି ତାଙ୍କ ବାହାଘର ବିଷୟରେ ଜାଣି ପାରି ନଥିଲେ। ତେବେ ଏବେ ତାଙ୍କ ବାହାଘରର କିଛି ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

nataraj2ନଟରାଜଙ୍କ ପତ୍ନୀ ଶୁଭଲକ୍ଷ୍ମୀ ହେଉଛନ୍ତି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ କାର୍ଯ୍ୟରତ ସୁବ୍ରତ ଶତପଥୀ ଏବଂ ତ୍ରିଦେବୀ ଶତପଥୀଙ୍କ ଝିଅ।

nataraj4ନଟରାଜ୍‌ ବି ରାଉରକେଲାର ପିଲା। ୧୯୮୮ ମସିହା ମେ’ ୨୮ ତାରିଖରେ ସେ ରାଉରକେଲାରେ ଜନ୍ମ ହୋଇଥିଲେ। ସେ ଓଡ଼ିଶା ରଣଜୀ ଟିମ୍‌ର ନେତୃତ୍ୱ ମଧ୍ୟ ନେଇଛନ୍ତି।

nataraj5ନଟରାଜ୍‌ଙ୍କ ନେତୃତ୍ୱରେ ଇଷ୍ଟ୍ ଜୋନ୍ ଦୁଇ ଥର ଦୁଲୀପ୍ ଟ୍ରଫି ଜିତି ଥିଲା। ୨୦୧୧-୧୨ରେ ତାଙ୍କ ନେତୃତ୍ୱରେ ଇଷ୍ଟ୍ ଜୋନ୍ ପ୍ରଥମ ଥର ପାଇଁ ସେଣ୍ଟ୍ରାଲ୍ ଜୋନ୍‌କୁ ହରାଇ ଏହି ଟ୍ରଫି ହାତେଇ ଥିଲା। ତା’ପର ବର୍ଷ ଇଷ୍ଟ୍‌ ଜୋନ୍ ପୁଣି ଥରେ ଏହି ଟ୍ରଫି ଜିତିଥିଲା। ସେଥର ଦଳ ୱେଷ୍ଟ୍ ଜୋନ୍‌କୁ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos