ଭୁବନେଶ୍ୱର: କିଟ୍ ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲା ମଧ୍ୟାହ୍ନ ଭୋଜନ ବିରତି ପରେ ବର୍ଷା ଯୋଗୁ ଆରମ୍ଭ ହୋଇପାରିନାହିଁ । ଆଜି ଓଡ଼ିଶା ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦିଲ୍ଲୀ କୌଣସି ଉଇକେଟ୍ ନ ହରାଇ ୨୫ ଓଭରରେ ୪୧ ରନ୍ କରିଛି। ସକାଳୁ ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ପୂର୍ବ ମ୍ୟାଚରେ ଆସାମକୁ ହରାଇଥିବା ଟିମ୍ ଓଡ଼ିଶାର ମନୋବଳ ବେଶ୍ ଦୃଢ ରହିଛି। ସେପଟେ ପୂର୍ବ ମ୍ୟାଚରେ ବେଙ୍ଗଲ ଅଧିନାୟକ ମନୋଜ ତିୱାରୀଙ୍କ ସହ ଯୁକ୍ତିତର୍କ ପାଇଁ ଚର୍ଚ୍ଚାରେ ଥିବା ଦିଲ୍ଲୀ କପ୍ତାନ ଗୌତମ ଗମ୍ଭୀରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।