ପାରାଦୀପ ତୈଳ ବିଶୋଧନାଗାର ପ୍ରବେଶ ପଥରେ ପୋଷ୍ଟର ମରାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ପୋଷ୍ଟର ୱାର ଉଗ୍ରରୂପ ନେବାରେ ଲାଗିଛି। ଆଜି ପାରାଦୀପରେ ପୋଷ୍ଟର ମରାକୁ ନେଇ ଦୁଇ ଦଳର ନେତା ଓ କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଶୋଧନାଗାର ପ୍ରବେଶ ପଥରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଉଭୟ ଦଳର କର୍ମୀମାନେ ରାସ୍ତାରୋକ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦଳର କର୍ମୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି। ପ୍ରଧାନମନ୍ତ୍ରୀ ଗସ୍ତରେ ଆସୁଥିବାରୁ […]

paradip

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 04:34 PM IST

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ପୋଷ୍ଟର ୱାର ଉଗ୍ରରୂପ ନେବାରେ ଲାଗିଛି। ଆଜି ପାରାଦୀପରେ ପୋଷ୍ଟର ମରାକୁ ନେଇ ଦୁଇ ଦଳର ନେତା ଓ କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଶୋଧନାଗାର ପ୍ରବେଶ ପଥରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଉଭୟ ଦଳର କର୍ମୀମାନେ ରାସ୍ତାରୋକ କରିଥିଲେ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦଳର କର୍ମୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି। ପ୍ରଧାନମନ୍ତ୍ରୀ ଗସ୍ତରେ ଆସୁଥିବାରୁ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ଉଭୟ ଦଳର କର୍ମୀଙ୍କୁ ପୋଲିସ କହିଛି।

Related story