ପୋଲାଭରମ୍ ପ୍ରକଳ୍ପ ବିବାଦ: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ବିଧାନସଭା ଗୃହ କମିଟି ବୈଠକ

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପ ବିବାଦ ପ୍ରସଙ୍ଗକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ବସିଥିବା ଏହି ବୈଠକରେ ଗୃହ କମିଟିର ସଦସ୍ୟ ଥିବା ସମସ୍ତ ଦଳର ବିଧାୟକ ଯୋଗଦେଇଛନ୍ତି। ବୈଠକରେ ପୋଲାଭରମକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ। ପ୍ରକଳ୍ପ ହେଲେ ଓଡ଼ିଶାର କେତେ କ୍ଷତି ହେବ ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦିଆଯିବା ନେଇ […]

polabharam

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 01:44 PM IST

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପ ବିବାଦ ପ୍ରସଙ୍ଗକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ବସିଥିବା ଏହି ବୈଠକରେ ଗୃହ କମିଟିର ସଦସ୍ୟ ଥିବା ସମସ୍ତ ଦଳର ବିଧାୟକ ଯୋଗଦେଇଛନ୍ତି। ବୈଠକରେ ପୋଲାଭରମକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ। ପ୍ରକଳ୍ପ ହେଲେ ଓଡ଼ିଶାର କେତେ କ୍ଷତି ହେବ ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦିଆଯିବା ନେଇ ତାରିଖ ଧାର୍ଯ୍ୟ ହେବ। ବୈଠକରେ ଜଳ ସମ୍ପଦ ସଚିବଙ୍କ ସହ ଏକ ଟିମ ଉପସ୍ଥିତ ଅଛନ୍ତି।

Related story