ରେଳବାଇ ପକ୍ଷରୁ ବସ୍ତି ଉଚ୍ଛେଦ ବେଳେ ଜଣେ ଶିଶୁ ମୃତ: ୩ ପ୍ରଶାସନିକ ଅଧିକାରୀଙ୍କୁ ନିଲମ୍ବିନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ସକୁର ବସ୍ତିରେ  ରେଲୱେ କର୍ମଚାରୀମାନେ ଜବରଦଖଲ  ଉଚ୍ଛେଦ କରୁଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜଣାପଡିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ଜଣ ଏସଡିଏମଙ୍କ ସମେତ ୩ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏ ନେଇ କେଜ୍ରିୱାଲ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ ଆଲୋଚନା କରିଛନ୍ତି। ଟ୍ୱିଟ୍ କରି କେଜ୍ରିୱାଲ କହିଛନ୍ତି ଏହି ଘଟଣା ବିଷୟରେ ରେଳମନ୍ତ୍ରୀଙ୍କ ପାଖରେ କୌଣସି ସୂଚନା ନାହିଁ। ଏପରି ଘଟଣା ସମ୍ପର୍କରେ ମୋ […]

delhi

Rakesh Mallick
  • Published: Sunday, 13 December 2015
  • , Updated: 13 December 2015, 08:23 AM IST

ନୂଆଦିଲ୍ଲୀ: ଦିଲ୍ଲୀର ସକୁର ବସ୍ତିରେ  ରେଲୱେ କର୍ମଚାରୀମାନେ ଜବରଦଖଲ  ଉଚ୍ଛେଦ କରୁଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜଣାପଡିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ଜଣ ଏସଡିଏମଙ୍କ ସମେତ ୩ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ଏ ନେଇ କେଜ୍ରିୱାଲ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ ଆଲୋଚନା କରିଛନ୍ତି। ଟ୍ୱିଟ୍ କରି କେଜ୍ରିୱାଲ କହିଛନ୍ତି ଏହି ଘଟଣା ବିଷୟରେ ରେଳମନ୍ତ୍ରୀଙ୍କ ପାଖରେ କୌଣସି ସୂଚନା ନାହିଁ। ଏପରି ଘଟଣା ସମ୍ପର୍କରେ ମୋ ପାଖରୁ ସେ ଖବର ପାଇଥିଲେ। ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲ ଗୃହମନ୍ତ୍ରୀଙ୍କ ସହ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

Related story