ରାଜ୍ୟରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିବାର ରିପୋର୍ଟ ଜିଲ୍ଲାପାଳଙ୍କ ପାଖରୁ ମିଳିଛି: ଏସଆରସି

ଭୁବନେଶ୍ୱର: ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଜିଭିଭି ଶର୍ମା ସୂଚନା ଦେଇଛନ୍ତି । ରାଜ୍ୟରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟ ଜିଲ୍ଲାପାଳମାନଙ୍କ ପାଖରୁ ଆସିଛି । ଏହି ରିପୋର୍ଟର ଅନୁଧ୍ୟାନ କରାଯାଉଛି । ଅନୁଧ୍ୟାନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏସଆରସି ଶର୍ମା କମିହିଛନ୍ତି । ଶର୍ମା ଆହୁରି କହିଛନ୍ତି ଯେ, ରାଜ୍ୟରେ ମରୁଡି ଅଞ୍ଚଳ ବୃଦ୍ଧି ପାଇଛି । ଏବେ ୨୧ଟି ଜିଲ୍ଲାର ୧୩୯ […]

src

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 03:10 PM IST

ଭୁବନେଶ୍ୱର: ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଜିଭିଭି ଶର୍ମା ସୂଚନା ଦେଇଛନ୍ତି । ରାଜ୍ୟରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟ ଜିଲ୍ଲାପାଳମାନଙ୍କ ପାଖରୁ ଆସିଛି । ଏହି ରିପୋର୍ଟର ଅନୁଧ୍ୟାନ କରାଯାଉଛି । ଅନୁଧ୍ୟାନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏସଆରସି ଶର୍ମା କମିହିଛନ୍ତି ।

ଶର୍ମା ଆହୁରି କହିଛନ୍ତି ଯେ, ରାଜ୍ୟରେ ମରୁଡି ଅଞ୍ଚଳ ବୃଦ୍ଧି ପାଇଛି । ଏବେ ୨୧ଟି ଜିଲ୍ଲାର ୧୩୯ ବ୍ଲକ ମରୁଡି ଗ୍ରସ୍ତ ହୋଇଛି । ଅଧିକାଂଶ ଚାଷୀ ଘରୋଇ ତଥା ମହାଜନମାନଙ୍କଠାରୁ ଋଣ ଆଣିଥିବା ଅଭିଯୋଗ ଆସିଛି । ଏହାର ତଦନ୍ତ କରାଯାଉଛି । ବିନା ଲାଇସିନ୍ସରେ ବେଆଇନ ଭାବେ ଋଣ କାରବାର କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Related story