ରାଜ୍ୟରେ ଖାଲିଥିବା ମେଡିକାଲ୍ ସିଟ୍ ପାଇଁ ଆସନ୍ତାକାଲି ହେବ ସ୍ପଟ୍ କାଉନସେଲିଂ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ମେଡିକାଲ୍ ସିଟଗୁଡ଼ିକ ପାଇଁ ଆସନ୍ତାକାଲି ସ୍ପଟ୍ କାଉନସେଲିଂ କରାଯିବ।  ଓଜେଇଇ କର୍ତ୍ତୃପକ୍ଷ ଦେଇଛନ୍ତି ଏହି ସୂଚନା। ଏମବିବିଏସ୍ ସିଟଗୁଡ଼ିକୁ ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ବା ଏଆଇପିଏମଟି ରାଙ୍କିଙ୍ଗ୍ ଅନୁଯାୟୀ ପୂରଣ କରାଯିବ। ଖାଲି ପଡ଼ିଥିବା ବିଡିଏସ ସିଟଗୁଡ଼ିକୁ ନିକଟରେ ହୋଇଥିବା ସ୍ପେଶିଆଲ୍ ଓଜେଇଇର ରାଙ୍କିଙ୍ଗ୍ ଅନୁସାରେ ପୂରଣ କରାଯିବ। ତୃତୀୟ ପର୍ଯ୍ୟାୟ କାଉନସେଲିଂ ପରେ କଟକ ଏସସିବି ଓ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜରେ ଦୁଇଟି ଲେଖାଏଁ ଏମବିବିଏସ ସିଟ୍ […]

vlcsnap-2015-09-28-07h50m32s178

Rakesh Mallick
  • Published: Monday, 28 September 2015
  • , Updated: 29 September 2015, 01:45 AM IST

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ମେଡିକାଲ୍ ସିଟଗୁଡ଼ିକ ପାଇଁ ଆସନ୍ତାକାଲି ସ୍ପଟ୍ କାଉନସେଲିଂ କରାଯିବ।  ଓଜେଇଇ କର୍ତ୍ତୃପକ୍ଷ ଦେଇଛନ୍ତି ଏହି ସୂଚନା। ଏମବିବିଏସ୍ ସିଟଗୁଡ଼ିକୁ ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ବା ଏଆଇପିଏମଟି ରାଙ୍କିଙ୍ଗ୍ ଅନୁଯାୟୀ ପୂରଣ କରାଯିବ। ଖାଲି ପଡ଼ିଥିବା ବିଡିଏସ ସିଟଗୁଡ଼ିକୁ ନିକଟରେ ହୋଇଥିବା ସ୍ପେଶିଆଲ୍ ଓଜେଇଇର ରାଙ୍କିଙ୍ଗ୍ ଅନୁସାରେ ପୂରଣ କରାଯିବ।

ତୃତୀୟ ପର୍ଯ୍ୟାୟ କାଉନସେଲିଂ ପରେ କଟକ ଏସସିବି ଓ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜରେ ଦୁଇଟି ଲେଖାଏଁ ଏମବିବିଏସ ସିଟ୍ ଖାଲି ପଡ଼ିଛି। ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜରେ ୩୮ଟି ସିଟ୍ ଖାଲି ପଡ଼ିଛି।

କଟକ ଏସସିବିରେ ୧୬ଟି ବିଡିଏସ୍ ସିଟ୍ ଖାଲି ପଡ଼ିଛି। ହାଇଟେକ୍ ମେଡିକାଲ୍ କଲେଜରେ ୭୩ଟି ବିଡିଏସ୍ ସିଟ୍ ଖାଲି ପଡ଼ିଛି।

Related story